ଭୁବନେଶ୍ବର: ଆସନ୍ତା 29 ତାରିଖରୁ ପୁରୀ ଓ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଶୁକ୍ରବାର ଠାରୁ ଆରମ୍ଭ ହେବ।ଯାହାକି କରୋନା ଭାଇରସର ବ୍ୟାପକତା ତଥା ଲକଡାଉନ ପାଇଁ ବିଗତ 2 ମାସରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା । ଆଜି ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା ପରେ କାମ ଆରମ୍ଭ କରିବାକୁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ