ETV Bharat / state

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ସଂଯୋଗ ହେଲା ଚକ ତୁମ୍ଭରେ ଅର

author img

By

Published : May 12, 2020, 6:30 PM IST

ରଥ ଖଳାରେ ଚକ ଓ ଅଖ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି। ଏପଟେ ଭୋଇ ସେବକମାନେ ଚକର ତୁମ୍ଭରେ ଅର ସଂଯୋଗ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Chariot construction is in progress
ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ସଂଯୋଗ ହେଲା ଚକ ତୁମ୍ଭରେ ଅର

ପୁରୀ: ମହାପ୍ରଭୁଙ୍କ ଘୋଷ ଯାତ୍ରା ନେଇ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ଶୁକ୍ରବାର ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ପରମ୍ପରା ରହିଛି। ଏଣୁ ରଥ ଖଳାରେ ଚକ ଓ ଅଖ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି।

ଅନ୍ୟପଟେ ଆଜି ଭୋଇ ସେବକମାନେ ପରମ୍ପରା ଅନୁଯାୟୀ ଶୁଭ ଅନୁକୁଳ କରି ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡେଇବା ଏବଂ ଚକର ତୁମ୍ଭରେ ଅର ସଂଯୋଗ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ପରେ ପଇ ସଂଯୋଗ ଆରମ୍ଭ ହେବ । ତୁମ୍ଭ ଗୁଡିକରେ ବିନ୍ଧ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ତେବେ ରଥ ଖଳାରେ କିଭଳି କାର୍ଯ୍ୟ ଚାଲୁ ରହିଛି ଓ କଣ ସବୁ କାର୍ଯ୍ୟ ଚାଲିଚି ଆସନ୍ତୁ ଶୁଣିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଓ ଭୋଇ ସେବକଙ୍କ ସର୍ଦାର ରବି ଭୋଇଙ୍କ ପ୍ରତିକ୍ରିୟା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.