ETV Bharat / state

ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛଟେଇ ହାଉସ କିପିଂ କର୍ମଚାରୀ

author img

By

Published : Feb 3, 2023, 3:50 PM IST

କୌଣସି କାର୍ଯ୍ୟାନିଷ୍ଠାନ ଗ୍ରହଣ ନକରିକା କାରଣରୁ ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଲେ ହାଉସ କିପିଂ କର୍ମଚାରୀ । ଅଧିକ ପଢନ୍ତୁ

ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ
ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ
ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ଦୀର୍ଘ ୨ ମାସ ଧରି ସିଡିଓଙ୍କ କାର୍ଯ୍ୟାଳୟ ଆଗରେ ଛଟେଇ କରାଯାଇଥିବା କର୍ମଚାରୀଙ୍କ ଧାରଣ ଦେବା ଘଟଣା । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା କାରଣରୁ ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛଟେଇ ହୋଇଥିବା ଅସ୍ଥାୟୀ ହାଉସ କିପିଂ କର୍ମଚାରୀ ।

ସେଣ୍ଟର୍ ଅଫ୍ ଇଣ୍ଡିଆନ ଟ୍ରେଡ ୟୁନିୟନ୍ ବା ସିଟୁ ନେତୃତ୍ବରେ ପୂର୍ବତଟ ରେଳବାଇ ଅଧୀନରେ କାର୍ଯ୍ୟରତ ଥିବା ୩୨ଡଣ ହାଉସ କିପିଂ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ବକେୟା ଦରମା, ଇଏସଆଇ ଓ ଇପିଏଫ ସୁବିଧା ମାଗିବାରୁ ଦୀର୍ଘ ବର୍ଷ ଧରି ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ହାଉସ କିପିଂ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଥିଲା । ଏହାର ପ୍ରତିବାଦରେ କର୍ମଚାରୀମାନେ ଦୀର୍ଘ ୨ ମାସ ହେବ ସିନିୟର୍ ସିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ହୋଇନଥିବାରୁ ଗୁରୁବାର ସେମାନେ ସିନିୟର୍ ସିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତୁରନ୍ତ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନମିଳିଲେ ସିଟୁ ନେତୃତ୍ବରେ ବ୍ୟାପକ ଆନ୍ଦୋଳନ ସହ ସମସ୍ତ ଶ୍ରମିକ ସଂଗଠନ ଏକାଠି ରେଳରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ, ମନ କିଣୁଛି ଖଳନାୟକଙ୍କ ଦମଦାର ସଂଳାପ

ଏହାକୁ ନେଇ ଶ୍ରମିକ ନେତା ଶ୍ରୀକାନ୍ତ ପରିଜା କହିଛନ୍ତି, "ଠିକା ସଂସ୍ଥା 32 ଜଣ ହାଉସ କିପିଂ କର୍ମଚାରୀଙ୍କୁ ଯେଭଳି ଛଟେଇ କରାଯାଇଛି, ତାହା ଅନ୍ୟାୟ । ଦୀର୍ଘ 10 ବର୍ଷ ଧରି କାର୍ଯ୍ଯ କରୁଥିବା ଏହି କର୍ମଚାରୀ ଏବେ ଯିବେ କୁଆଡେ ? ବକେୟା ଦରମା ଦେବା ନେଇ ଦାବି କରିବାରୁ କର୍ମଚାରୀଙ୍କୁ ଛଟେଇ କରିବା ସମ୍ପୂର୍ଣ୍ଣ ଅନ୍ୟାୟ । ଗରିବଙ୍କ ପ୍ରତି ଏଭଳି କାର୍ଯ୍ୟ କରିବା ସତରେ ଅନ୍ୟାୟ । ଛଟେଇ କର୍ମଚାରୀମାନଙ୍କ ପରିବାର ଚଳାଇବା ମଧ୍ୟ ଏକ ପ୍ରକାର କଷ୍ଟକର । ଏନେଇ ରେଳୱେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ ରେଳୱେ କର୍ତ୍ତୃପକ୍ଷ ଉକ୍ତ ଠିକା ସଂସ୍ଥା ସହିତ ଆଲୋଚୋନା କରୁନାହାନ୍ତି । ରେଲୱେର କିଛି ବରିଷ୍ଠ ଅଧିକାରୀମାନେ ଉକ୍ତ ଠିକା ସଂସ୍ଥାଠାରୁ ଅନୁଚିତ୍ ଅନୁଗ୍ରହ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ।" ତେବେ ଛଟେଇ ହାଉସ କିପିଂ ଷ୍ଟାଫ୍‌ଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ସହ ରେଳ ରୋକ୍ ହେବ । ଏହାସହ ପୁରୀ ସହରର ସମସ୍ତ ସମାଜସେବୀ ସଂଗଠନକୁ ଏକତ୍ରିତ କରି ରେଳମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରିବୁ ବୋଲି ଶ୍ରମିକ ନେତା ଶ୍ରୀକାନ୍ତ ପରିଜା ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.