ପୁରୀ : ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ପାଇଁ ପୁରୀ ପୋଲିସର ଅଭିଯାନ ଜାରି ରହିଛି । 2 ଜଣ ଯୁବକ ବାଇକରେ ବ୍ରାଉନ ସୁଗାର ବିକ୍ରି ପାଇଁ ଯାଉଥିବାବେଳେ ପୁରୀ ତାଳବଣିଆ ଥାନା ପୋଲିସ ସେମାନଙ୍କୁ କାବୁ କରିବା ସହ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଅଞ୍ଚଳର ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ରହୁଥିବା ଶଙ୍କର ଦାସ ଓ ପୁରୀ ବାସେଳି ସାହି ଜଗନ୍ନାଥ ବସ୍ତି ଅଞ୍ଚଳର ପଞ୍ଚୁ ବେହେରା । ସେମାନଙ୍କ ଠାରୁ ପୋଲିସ ପ୍ରାୟ 70 ହଜାର ଟଙ୍କାର 6 ଗ୍ରାମ 970 ମିଲି ଗ୍ରାମ ବ୍ରାଉନସୁଗାର ସମେତ ଗୋଟିଏ ବାଇକ ଓ ନଗଦ ଏକ ହଜାର ଟଙ୍କା ଜବତ କରିଛି ।
ବାଲିଘାଟ ଛକରେ ପୋଲିସର ନାକାବନ୍ଦୀ ଚାଲିଥିବାବେଳେ ଏହି ଯୁବକ ଦୁଇ ଜଣ ପୋଲିସ ହାତରେ ଧରାପଡିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ