ETV Bharat / state

ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ପରିକ୍ରମା

ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହିତ ଯୋଡ଼ି ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରା। ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ‘ବାଡିନୃସିଂହ’ ବିଜେ । ଅଧିକ ପଢନ୍ତୁ...

Bari Narsingha Parikrama in sri mandir puri
ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ପରିକ୍ରମା
author img

By

Published : Mar 30, 2020, 5:38 PM IST

ପୁରୀ: ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ସହ ଜଡ଼ିତ ପରମ୍ପରା । ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହିତ ଯୋଡ଼ି ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରା । ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ‘ବାଡିନୃସିଂହ’ ବିଜେ ।

ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ପରିକ୍ରମା

ପ୍ରତି ବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥି‌ରେ ଶ୍ରୀମନ୍ଦିରରୁ ବାଡି ନୃସିଂହ ନଗରକୁ ବିଜେ କରିଥାନ୍ତି । ବାଡ଼ିନୃସିଂହ ଶ୍ରୀମନ୍ଦିର ଦକ୍ଷିଣୀ ଘରୁ ବାହାରି ନଗର ପରିକ୍ରମା ଚାରି ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ଅଙ୍ଗିରା, ଭୃଗୁ, ମାର୍କଣ୍ଡେୟ ଓ ପଣ୍ଡୁ ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି । ପରେ ବିଭିନ୍ନ ସାହିରେ, ଛକରେ ଠାକୁରଙ୍କ ପକ୍ତିଂ ଭୋଗ ହୋଇଥାଏ । ବାଡିନୃସିଂହ ବିଜେ ପରେ ମହାମାରୀ ଆୟତ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଜି ବାଡିନୃସିଂହ ବିଜେ ପରେ ଭକ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଏହି ‌କରୋନା ମହାମାରୀର ବିନାଶ କରିବେ । ବାଡିନୃସିଂହ ବିଜେ ପରେ ରୋଗ ସବୁ ଆୟତ୍ତକୁ ଆସିଥାଏ ।

ସମଗ୍ର ବିଶ୍ବ କୋରୋନା ମହାମାରୀ ଦ୍ବାରା ଏବେ ଆକ୍ରାନ୍ତ ହୋଇଛି । ସମଗ୍ର ବିଶ୍ବ ଏବେ କରୋନା ମହାମାରୀ କବଳରେ ରହିଛି । ତେଣୁ ଏହି ସମୟରେ ବାଡିନୃସିଂହ ବିଜେ ନୀତି ନିଶ୍ଚିତ ଭ‌ାବେ ମହତ୍ତ୍ବ ରଖୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.