ETV Bharat / state

ଏଏସଆଇ ଟିମର ନିରୀକ୍ଷଣ: ହଟିବ ଲୁହାଭାରା, ସୁନ୍ଦର ହେବ ସୂର୍ଯ୍ୟମନ୍ଦିର - ଏସଆଇ ଟିମ

ସୂର୍ଯ୍ୟ ମନ୍ଦିରର ଅନୁଧ୍ୟାନ କରିଛି ଏଏସଆଇ ଟିମ। ମନ୍ଦିର ପିଢକୁ ସପୋର୍ଟ ଦେବା ପାଇଁ 8ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Sep 4, 2019, 11:12 AM IST

ପୁରୀ: ଐତିହାସିକ କୋଣାର୍କ ମନ୍ଦିରରୁ କଢାଯିବ ଲୁହାଭାରା। ଏନେଇ ସୂର୍ଯ୍ୟ ମନ୍ଦିରର ଅନୁଧ୍ୟାନ କରିଛି ଏଏସଆଇ ଟିମ। ମନ୍ଦିର ପିଢକୁ ସପୋର୍ଟ ଦେବା ପାଇଁ 8ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ କହିଛନ୍ତି।ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃ୍ତ୍ବରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍‌ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି। ଏମାନଙ୍କ ସହ ପ୍ରତ୍ନତତ୍ତ୍ବ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ବ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ୍ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ତେବେ 2 ମାସ ମଧ୍ୟରେ ମନ୍ଦିର ଚତୁଃପାର୍ଶ୍ବରୁ ସଂପୂର୍ଣ୍ଣ ଲୁହାଭାର କଢ଼ାଯାଇ ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଅନ୍ୟପଟେ କୋଣାର୍କ ମନ୍ଦିରର ଭିତ୍ତିଭୂମି ଓ ମନ୍ଦିର ନେଇ କୌଣସି ବିପଦ ନଥିବା ଏଏସଆଇ କହିଛି।

ବିଶେଷଜ୍ଞ ଟିମ୍ ମନ୍ଦିରର ପ୍ରଥମ ପିଢ଼ଠାରୁ ମନ୍ଦିର ଚୂଳ ଓ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଜାଣିବା ପାଇଁ ଗର୍ଭଗୃହ ବାଲିର ନମୂନା ସଂଗ୍ରହ କରିଥିଲେ। ବିପଦଜ୍ଜନକ ଭାବେ ଥିବା ପଥର ଖଣ୍ଡଗୁଡ଼ିକ ନଖସିବା ପାଇଁ ଲୁହା ପାଇପ ଭାର ଲଗାଯାଇଥିଲା। ଲୁହା ପାଇପ୍‌ ଭାର ଦୀର୍ଘ ବର୍ଷ ହେଲା ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ଏଣୁ ଏଏସଆଇ ପର୍ଯ୍ୟଟକ ମାନଙ୍କ ପାଇଁ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ଯେଭଳି ବଞ୍ଚିତ ନହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ମନ୍ଦିର ଅନୁଧ୍ୟାନ କଲେ asi ଟିମ Body:ଲୁହା ଭାରା କୁ କଢ଼ାଯିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ । ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି।
ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍‌ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି। ଏମାନଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ୍ କରିଛନ୍ତି। ୨ ମାସ ମଧ୍ୟରେ ମନ୍ଦିର ଚତୁଃପାର୍ଶ୍ୱରୁ ସଂପୂର୍ଣ୍ଣ ଲୁହାଭାର କଢ଼ାଯାଇ ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଅନ୍ୟପଟେ କୋଣାର୍କ ମନ୍ଦିର ର ଭିତ୍ତିଭୂମି ଓ ମନ୍ଦିର ନେଇ କୌଣସି ବିପଦ ନ ଥିବା asi କହିଛି।
ବିଶେଷଜ୍ଞ ଟିମ୍ ମନ୍ଦିରର ପ୍ରଥମ ପିଢ଼ଠାରୁ ମନ୍ଦିର ଚୂଳ ଓ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଜାଣିବା ପାଇଁ ଗର୍ଭଗୃହ ବାଲିର ନମୂନା ସଂଗ୍ରହ କରିଥିଲେ। ବିପଦଜ୍ଜନକ ଭାବେ ଥିବା ପଥର ଖଣ୍ଡଗୁଡ଼ିକ ନଖସିବା ପାଇଁ ଲୁହା ପାଇପ ଭାର ଲଗାଯାଇଥିଲା। ଲୁହା ପାଇପ୍‌ ଭାର ଦୀର୍ଘ ବର୍ଷ ହେଲା ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ବୋଲୀ ଅଭିଯୋଗ ହୋଇ ଆସୁଥିଲା । ଏଣୁ asi ପର୍ଯ୍ୟଟକ ମାନଙ୍କ ପାଇଁ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଉଛି।

ବାଇଟ,, asi ଅଧିକାରୀ Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.