ବ୍ରହ୍ମଗିରି: ଫନି ସହାୟତାରେ ଅନିୟମିତତା ଅଭିଯୋଗ । ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ଫୋନି କ୍ଷତିଗ୍ରସ୍ତ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଛି ବ୍ରହ୍ମଗିରି ସାମୁଦ୍ରିକ ମସ୍ୟଜୀବୀ ସଂଘ ।
ଫନି ମହାବାତ୍ୟାକୁ ଏକ ବର୍ଷ ପୂରିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାରେ ବ୍ରହ୍ମଗିରି ତହସିଲ ବିଫଳ ହୋଇଛି । ଏନେଇ ବ୍ରହ୍ମଗିରି ସାମୁଦ୍ରିକ ମସ୍ୟଜୀବୀ ସଂଘ ଅଭିଯୋଗ କରିଛି । ଏଥିରେ ରାଜସ୍ବ ନିରୀକ୍ଷକ ମାନଙ୍କୁ ଲାଞ୍ଚ ନ ଦେବାରୁ ସ୍ଥିତିବାନ ଜମିକୁ ସରକାରି ଜମି ଦର୍ଶାଉଥିବା ଅଭିଯୋଗ ହୋଇଛି । ତହସିଲର ତଳିଆ କର୍ମଚାରୀ ମାନଙ୍କ ଦ୍ଵାରା ଏକାଧିକ ବାର ଯାଞ୍ଚରେ ଅନିୟମିତତା ଓ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ