ETV Bharat / state

ମହେଶ୍ବର ମହାନ୍ତିଙ୍କ ପରେ ଖାଲି ପଡ଼ିଛି ଗାଦି, ପୁରୀ ସଦର ଆସନରେ କିଏ ଧରିବ ବିଜେଡି ମଙ୍ଗ ?

author img

By ETV Bharat Odisha Team

Published : Nov 14, 2023, 6:06 PM IST

ପୁରୀ ବିଜେଡି ଏବେ ମୁରବୀ ଶୂନ୍ୟ ! ଭେଟେରାନ ରାଜନେତା, ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗ ପରେ, ବିଜେଡି ଖୋଜୁଛି ଉତ୍ତରାଧିକାରୀ । ମହେଶ୍ବରଙ୍କ ଗାଦି ସମ୍ଭାଳିବାକୁ ଅଣ୍ଟା ଭିଡ଼ିଲେଣି ବଡ଼ ପୁଅ ସୁନିଲ ମହାନ୍ତି । ବିଜେଡି ଟିକେଟ୍ ରେସ୍‌ରେ ଅଛନ୍ତି ଯୁବ ନେତା ଶୁିଭାଶିଷ ଖୁଣ୍ଟିଆ । କାହାକୁ ଗୁରୁ ଦାୟିତ୍ୱ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗ ପରେ ପୁରୀ ସଦର ବିଧାନସଭା ଆସନରେ କିଏ ଧରିବ ବିଜେଡି ମଙ୍ଗ ?

ମହେଶ୍ବର ମହାନ୍ତିଙ୍କ ପରେ ଖାଲି ପଡ଼ିଛି ଗାଦି

ପୁରୀ: ପୂର୍ବତନ ବାଚସ୍ପତି, ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତିଙ୍କ ବିୟୋଗ ପରେ, ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ଧରିବ ବିଜୁ ଜନତା ଦଳର ମଙ୍ଗ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଭେଟେରାନ ରାଜନେତା ମହେଶ୍ବର ମହାନ୍ତିଙ୍କ ଅବର୍ତ୍ତମାନରେ ତାଙ୍କ ବଡ଼ ପୁଅ ସୁନିଲ ମହାନ୍ତିଙ୍କୁ ସଦର ଆସନ ଦାୟିତ୍ଵ ଦିଆଯିବା ନେଇ ଶୁଣିବାକୁ ମିଳୁଛି । କାରଣ ପୂର୍ବରୁ ନଜିର ରହିଛି, ଯେତେବେଳେ ଦଳର କୌଣସି ତୁଙ୍ଗ ନେତାଙ୍କୁ ହରାଇଛି, ସେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦିବଙ୍ଗତ ନେତାଙ୍କ ପରିବାର ଉପରେ ଭରସା କରିଛନ୍ତି । ନବୀନଙ୍କ ଏହି ଗେମ୍ ପ୍ଲାନ୍ ବାରମ୍ବାର ସଫଳ ମଧ୍ୟ ହୋଇଛି । ଏବେ ମହେଶ୍ବର ମହାନ୍ତିଙ୍କ ଅବର୍ତ୍ତମାନରେ ପୁରୀରେ ସମାନ ପ୍ରୟୋଗ କରିପାରନ୍ତି ନବୀନ?

ମହେଶ୍ବରଙ୍କ ଉତ୍ତରାଧିକାରୀ ବଡ଼ପୁଅ ସୁନିଲ !

ଗତ ଦୁଇ ବର୍ଷ ତଳେ ବଡ଼ ପୁଅ ସୁନିଲ ମହାନ୍ତିକୁ ଦଳରେ ସାମିଲ କରି, ନିଜର ଉତ୍ତରଧିକାରୀ କରିବା ନେଇ ଆଭାସ ଦେଇଥିଲେ ସ୍ବର୍ଗତ ମହେଶ୍ବର ମହାନ୍ତି । ସୁନିଲ ଏବେ ରାଜ୍ୟ ବିଜେଡିର ଉପ ସଭାପତି ଦାୟିତ୍ବ ତୁଲାଉଛନ୍ତି । କେବଳ ସେତିକି ନୁହେଁ, ବାପାଙ୍କ ଉତ୍ତରାଧିକାରୀ ହେବା ଆଶାରେ ସୁନିଲ ଗତ କିଛି ମାସ ହେଲା, ନିର୍ବାଚନ ମଣ୍ଡଳୀ ବୁଲି ଲୋକସମ୍ପର୍କ ସ୍ଥାପନ କରି ଚାଲିଛନ୍ତି । ପୁରୀରେ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଲୋକସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । ସୁନିଲଙ୍କ ସମର୍ଥନରେ ବାହାରିଛନ୍ତି, ମହେଶ୍ବରଙ୍କ ସମର୍ଥକ । ସେମାନେ ମଧ୍ୟ ସୁନିଲଙ୍କ ପ୍ରାର୍ଥୀତ୍ବକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ସୁନିଲ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏବଂ ସମାଜସେବୀ । ସୁନିଲଙ୍କୁ ଟିକେଟ ମିଳିଲେ, ପୁରୀରେ ପୁଣି ଥରେ ଶଙ୍ଖନାଦ ହେବ ବୋଲି ଆଶା ବାନ୍ଧିଛନ୍ତି ମହେଶ୍ବରଙ୍କ ସମର୍ଥକ ।

ଏବେ ବି ଅତୁଟ ରହିଛି ମହେଶ୍ବରଙ୍କ ଲୋକପ୍ରିୟତା

ସ୍ବର୍ଗତ ମହେଶ୍ବର ମହାନ୍ତି ଥିଲେ ଜଣେ ଦକ୍ଷ ରାଜନେତା ଏବଂ ବିଜେଡିର ସୁସଂଗଠକ । ତାଙ୍କର ପୁରୀ ସହର ସମେତ ସଦର ନିର୍ବାଚନ ମଣ୍ଡଳୀରେ ରହିଛି ବେଶ୍ ଲୋକପ୍ରିୟତା । ଗତ ୨୦୧୯ ନିର୍ବାଚନରେ ଦଳରେ ଥିବା କିଛି କର୍ମକର୍ତ୍ତାଙ୍କ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ, ମହେଶ୍ବର ଅଳ୍ପ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ୨୦୨୨ରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ମହେଶ୍ବରଙ୍କ ନେତୃତ୍ବରେ ବିଜେଡି ଦମଦାର ପ୍ରଦର୍ଶନ କରିଥିଲା । ମହେଶ୍ବରଙ୍କ ମୃତ୍ୟୁ ପରେ ବି, ପୁରୀ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ଏବେ ବି ଅତୁଟ ରହିଛି ।

ମହେଶ୍ଵରଙ୍କ ପରେ ପୁରୀରେ ବିଜେଡିରୁ କିଏ ?

ପୁରୀରୁ ଟିକେଟ ଦୌଡ଼ରେ ଆଗରେ ଅଛନ୍ତି ମହେଶ୍ବର ମହାନ୍ତିଙ୍କ ବଡ଼ ପୁଅ ସୁନିଲ । ଅନ୍ୟପକ୍ଷରେ ଟିକେଟ ଦୌଡ଼ରେ ଅଛନ୍ତି ଅନ୍ୟତମ ଦାବିଦାର, ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ଶୁଭାଶିଷ ଗତ କିଛି ବର୍ଷ ଧରି ମହେଶ୍ବରଙ୍କୁ ପରୋକ୍ଷ ଟକ୍କର ଦେଇ ପୁରୀରେ ସମାନ୍ତରାଳ ସଂଗଠନ ଗଢ଼ି ଚାଲିଛନ୍ତି । କେବଳ ସେତିକି ନୁହେଁ, ଶୁଭାଶିଷ ଆଗାମୀ ନିର୍ବାଚନରେ ପୁରୀ ବିଧାନସଭା ଆସନରୁ ଟିକେଟ ହାତେଇବାକୁ ମଧ୍ୟ ଆଶା ବାନ୍ଧିଛନ୍ତି । ବିଜେଡିର କିଛି ପୁରୁଖା ନେତା ଶୁଭାଶିଷଙ୍କୁ ଭିତିରିଆ ସମର୍ଥନ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ମହେଶ୍ବରଙ୍କ ଅବର୍ତ୍ତମାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ଟିକେଟ ଦେବେ ନା ପାୱାର କରିଡରରେ ଦବଦବା ରଖିଥିବା ଶୁଭାଶିଷ ଖୁଣ୍ଟିଆଙ୍କ ଉପରେ ଶୁଭ ଦୃଷ୍ଟି ପକାଇବେ ?

ନବୀନ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ ରାଜନୀତି ସର୍ବଦା ଚର୍ଚ୍ଚାରେ ରହିଥାଏ । ୨୦୧୯ ନିର୍ବାଚନରେ ପରାଜୟ ପରେ, ୨୦୨୪ ପାଇଁ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗିଛି ବିଜେଡି । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଏବଂ ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପୁରୀ ଏବେ ବିଜେପି କବଜାରେ ଥିବା ବେଳେ, କମ୍ ବ୍ୟାକ୍ ପାଇଁ ପୁରା ବଳ ଖଟାଇ ଦେଇଛି ବିଜୁ ଜନତା ଦଳ । ୨୦୧୯ ଭଳି ୨୦୨୪ରେ ଯେପରି ଭୋଟ୍ ଗଣିତ ଏପଟ ସେପଟ ହୋଇନଯାଏ, ସେଥିପ୍ରତି ଯତ୍ନବାନ ଅଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ । ପୁରୀରେ କାହା ମୁଣ୍ଡରେ ସୁନା କଳସ ଢାଳିବେ ମୁଣ୍ଡିଆଳ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ବଢ଼ୁଥିବା ବେଳେ, ନବୀନଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.