ETV Bharat / state

ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ - ୟୁଜିଏସ କଲେଜ ପଡିଆରେ କାଳିମାଡ଼

5ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି । ଜଣେ ଯୁବକ ଏହି କାଳିମାଡ଼ କରିଥିବା ଜଣାପଡିଛି । କାଳି ମାଡ଼ ସତ୍ତ୍ବେ ବି କାର୍ଯ୍ୟକ୍ରମ ଜାରି ରହିଛି। ଅଧିକ ପଢନ୍ତୁ...

5 ଟି ସଚିବଙ୍କୁ କାଳି ମାଡ଼
5 ଟି ସଚିବଙ୍କୁ କାଳି ମାଡ଼
author img

By

Published : Aug 19, 2023, 2:44 PM IST

Updated : Aug 19, 2023, 3:57 PM IST

5 ଟି ସଚିବଙ୍କୁ କାଳି ମାଡ଼

ପୁରୀ: 5 ଟି ସଚିବଙ୍କୁ କାଳିମାଡ଼ । ପୁରୀ ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ (ୟୁଜିଏସ୍) କଲେଜ ପଡିଆରେ 5 ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ମାଡ଼ ହୋଇଛି । ଜଣେ ଯୁବକ ଏହି କାଳିମାଡ଼ କରିଥିବା ଜଣାପଡିଛି । ତେବେ ପୋଲିସ ଉକ୍ତ ଯୁବକକୁ ଅଟକ ରଖିଥିବାବେଳେ ତା'ର ପରିଚୟ ଜଣାପଡ଼ିନାହିଁ । ଏହାସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଧ୍ୟ କାଳିମାଡ଼ ହୋଇଛି।

ଏହା ବି ପଢନ୍ତୁ...2 ଦିନିଆ ପୁରୀ ଗସ୍ତରେ 5 ଟି ସଚିବ: ବିଭିନ୍ନ ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ, ଫୋକସ୍‌ରେ ସ୍କୁଲ ଓ ମିଶନ ଶକ୍ତି

ପୁରୀ ଗସ୍ତରେ ଥିବାବେଳେ 5 ଟି ସଚିବଙ୍କୁ କାଳିମାଡ଼ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି। ତେବେ 5 ଟି ସଚିବ ଆଜି ପୁରୀ, ସତ୍ୟବାଦୀ , କାକଟପୁର, ନିମାପଡ଼ାରେ ଜନଶୁଣାଣିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣ ପ୍ରସାଦରେ ଜନ ଶୁଣାଣିରେ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ। ସେ ଗତକାଲିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଅଛନ୍ତି ।

3ଟି ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣି କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । 5T ସଚିବ ପୁରୀ ଗସ୍ତରେ ଆସିଥିବାବେଳେ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ସହିତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଜନଶୁଣାଣୀରେ ଜମିଜମାଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା, ମିଶନ ଶକ୍ତି ତଥା ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଥିବା ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ଓଡ଼ିଶା କିଭଳି ସମୃଦ୍ଧି ପଥରେ ଗତି କରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ ।

ପ୍ରଥମେ ତାଳବଣିଆ ପଡ଼ିଆରେ 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।‌ ସେହିପରି ଆଜି ସତ୍ୟବାଦୀ, କାକଟପୁର ଓ ନିମାପଡ଼ା ଆଦି ସ୍ଥାନରେ ସଚିବଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ପୁରୀ ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ (ୟୁଜିଏସ୍) କଲେଜ ପଡିଆ ନିକଟରେ 5 ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ମାଡ଼ ହୋଇଥିବା ଜଣାପଡିଛି ।

ଜଣେ ଯୁବକ ଏହି କାଳି ମାଡ଼ କରିଥିବା ଜଣାପଡିଥିବାବେଳେ ପୋଲିସ ସେହି ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି । ସେ ହେଲେ କଣାସ ଅଞ୍ଚଳର ଭାସ୍କର ସାହୁ । ସେପଟେ ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିବାବେଳେ ସେ ମଧ୍ୟ କାଳିମାଡ଼ର ଶିକାର ହୋଇଛନ୍ତି । ସେପଟେ କାଳି ମାଡ଼ ସତ୍ତ୍ବେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସଚିବ। ସେଠାରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ ସମର୍ଥକ ତାଙ୍କ ମୁହଁକୁ ପୋଛିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

Last Updated : Aug 19, 2023, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.