ETV Bharat / state

ପାଣ୍ଡିଆନଙ୍କ ପୁରୀ ଗସ୍ତ; ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତିର କଲେ ସମୀକ୍ଷା

author img

By ETV Bharat Odisha Team

Published : Jan 16, 2024, 7:58 AM IST

Srimandir Parikrama project inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ ପୁରୀ ଗସ୍ତ କଲେ ପାଣ୍ଡିଆନ । ପ୍ରସ୍ତୁତି ନେଇ କଲେ ସମୀକ୍ଷା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
VK Pandian Puri visit
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ମୁଖ୍ୟମନ୍ତ୍ରୀ ଆସନ୍ତାକାଲି(ବୁଧବାର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ । ଏହା ପୂର୍ବରୁ ପୁରୀ ଗସ୍ତରେ ଆସି ଲୋକାର୍ପଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପଣ୍ଡିଆନ । ସୋମବାର ରାତିରେ ନୀଳାଦ୍ରି ଭକ୍ତ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ବୈଠକରେ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଂସଦ ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କ ସହ 5T ଅଧ୍ୟକ୍ଷ ଆଲୋଚନା କରିଥିଲେ । କିଭଳି ସୁରୁଖୁରୁରେ ଉଦଘାଟନୀ ଉତ୍ସବ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ଶ୍ରୀମନ୍ଦିରରେ ରହିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ସେବାୟତମାନେ ମତ ରଖିଥିଲେ ।

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ''ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ । ଏହାକୁ ସଫଳ କରିବା ପାଇଁ ସବୁ ପକ୍ଷଙ୍କ ମତାମତ ନିଆଯାଇଛି । ବିଶେଷକରି ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଚାରିପାଖରେ ଥିବା ସାହିଗୁଡିକର ବାସିନ୍ଦା ଯାତାୟତରେ ବହୁ ଅସୁବିଧା ଭୋଗୁଥିବାରୁ ଏହାକୁ କିଭଳି ସମାଧାନ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା ।'' ବୈଠକରେ ଯୋଗ ଦେଇଥିବା ସେବାୟତ କହିଛନ୍ତି, ''ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ସଫଳ ହୋଇପାରିବ, ଉଦଘାଟନ ଉତ୍ସବ କିଭଳି ସୁରୁଖୁରୁରେ ହୋଇପାରିବ ସେନେଇ 5T ଅଧ୍ୟକ୍ଷ ଆଲୋଚନା କରିଥଲେ ।'' ସେହିପରି ଶ୍ରୀ ମନ୍ଦିରରେ ଆଉ କ'ଣ ସମସ୍ୟା ରହିଛି ସେନେଇ ବୈଠକରେ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କର ସେବା ପୂଜାରେ କେତେକ ସାମଗ୍ରୀ ଆବଶ୍ୟକ ଥିବା ବେଳେ ଏହାର ବ୍ୟବସ୍ଥା କରିବା ପାଇଁ ସେବାୟତମାନେ ପାଣ୍ଡିଆନଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପୁରୀ ଗସ୍ତରେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା

ଆସନ୍ତାକାଲି(ବୁଧବାର) ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ ୧୭ ତାରିଖ ସକାଳେ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଦିନ ୨ଟାରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆସନ୍ତାକାଲିଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.