ETV Bharat / state

ପରିକ୍ରମା ପ୍ରକଳ୍ପ: ଅନ୍ତିମ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ - 5T Chairman VK Pandian

Puri Parikrama Project: ପୁରୀରେ ଅନ୍ତିମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ସମୀକ୍ଷ କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଯଥା ସମୟରେ ସମସ୍ତ କାର୍ଯ୍ୟ ସାରିବାକୁ ଓବିସିସି ଓ ଟାଟା ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ...

ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ

author img

By ETV Bharat Odisha Team

Published : Jan 7, 2024, 8:02 PM IST

Updated : Jan 7, 2024, 8:26 PM IST

ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ୍‌ ପ୍ରୋଜେକ୍ଟକୁ ସଫଳ କରାଇବା ପାଇଁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପଣ୍ଡିଆନ ପୁରୀ ଆସି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି । ପରିକ୍ରମା ପ୍ରକଳ୍ପ ଉଦଘାଟନ ନେଇ ହାତରେ ମାତ୍ର ଆଉ ଅଳ୍ପଦିନ ବାକି ଥିବାବେଳେ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ ଓ ଅନ୍ୟ ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ ।

ଆସନ୍ତା 11 ତାରିଖ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ ଓ ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ଆସି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥଲେ 5T ଅଧ୍ୟକ୍ଷ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ, ମଠ ଓ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଦେଖିଥିଲେ । ଯଥାଶୀଘ୍ର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରେ ଶ୍ରୀଜଗନ୍ନାଥ ବଲ୍ଲଭରୁ ଦୋଳ ବେଦୀ ଯାଏଁ ହେଉଥିବା ନୂଆ ଶ୍ରୀମାର୍ଗ ରାସ୍ତାର ଅଗ୍ରଗତି ତଦାରଖ କରିଥିଲେ ପାଣ୍ଡିଆନ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସାରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, 11ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ଏହାପରେ 5T ଅଧ୍ୟକ୍ଷ ଶ୍ରୀଜଗନ୍ନାଥ ତୀର୍ଥ ଯାତ୍ରୀ କେନ୍ଦ୍ର, ଶ୍ରୀସେତୁ ଓ ସମଙ୍ଗ୍‌ ପାର୍କିଂ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ । ଏହାର ସବୁ କାର୍ଯ୍ୟ ଧାର୍ଯ୍ୟ ସମୟ ଅନୁଯାୟୀ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଭିକେ ପାଣ୍ଡିଆନଙ୍କ ସହ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏଠାରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତଦାରଖ କରି ୧୧ ତାରିଖ ରାତି ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମ ଓ ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦେଶ ଦେଇଥିଲେ । 1୭ ତାରିଖରେ ହେବାକୁ ଥିବା ଭବ୍ୟ ପୂଜା କାର୍ଯ୍ୟ ପାଇଁ ପ୍ରସ୍ତୁତି ୧୨ ତାରିଖରୁ ଆରମ୍ଭ ହେବ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ପୁରୀ

Last Updated : Jan 7, 2024, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.