ETV Bharat / state

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, 2 ମୃତ - ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ମୃତ । ଅଧିକ ପଢ଼ନ୍ତୁ

severe road accident in satapada puri road
ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ
author img

By

Published : May 22, 2022, 8:46 AM IST

Updated : May 22, 2022, 8:53 AM IST

ବ୍ରହ୍ମଗିରି: ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ କାରଟି ଗଛରେ ପିଟିବା ଯୋଗୁଁ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 2 ମୃତ

ବ୍ରହ୍ମଗିରି ଥାନା ଅନ୍ତର୍ଗତ ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତ ବିଳମ୍ବିତ ରାତିରେ ଦୁଇ ଜଣ କାରରେ ପୁରୀରୁ ସାତପଡ଼ା ଅଭିମୁଖେ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଡ୍ରାଇଭର ଭାଗବନପୁରର ନବାବ ଖାନ ଏବଂ କାର ମାଲିକ ସହଦେବପୁରୁର ଧୀରେନ୍ଦ୍ର ପଲାଇଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥରେ ବେଆଇନ ଭାବେ ଟ୍ରାକ୍ଟରରେ ମାଟି ବୋହି ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଥିଲା । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : May 22, 2022, 8:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.