ETV Bharat / state

ସ୍ବାବଲମ୍ବୀ ହେବେ ଆଦିବାସୀ ମହିଳା, ଉଦଘାଟିତ ହେଲା ବନଧନ ବିକାଶ କେନ୍ଦ୍ର - TDCC inaugurate new center to empower local lady

ବନ ପାହାଡ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳା କିପରି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସମବାୟ ନିଗମ ଜରିଆରେ ମାର୍କେଟିଙ୍ଗ୍ କରିବା ସହ କିଛି ସାମଗ୍ରୀ ନିଜେ ପ୍ରୋସେସିଙ୍ଗ କରି ବିକ୍ରି କରିପାରିବେ ସେହି ଲକ୍ଷ୍ୟରେ ବନଧନ ବିକାଶ କେନ୍ଦ୍ର ଶୁଭ ଉଦଘାଟିତ ହୋଇଯାଇଛି ।

ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ବନଧନ ବିକାଶ କେନ୍ଦ୍ର ଉଦଘାଟିତ

author img

By

Published : Oct 22, 2020, 5:42 PM IST

ନୂଆପଡା: ସଦର ବ୍ଲକସ୍ଥିତ ଦର୍ରଲିମୁଣ୍ଡା ଗ୍ରାମ ଠାରେ ବନଧନ ବିକାଶ କେନ୍ଦ୍ର ଶୁଭ ଉଦଘାଟିତ ହୋଇଯାଇଛି । ଆଦିବାସୀ ଉନ୍ନୟନ ସମବାୟ ନିଗମର ଅଧିକାରୀ ରଞ୍ଜନକୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ସଂଧ୍ୟାରାଣୀ ମାଝୀ ପ୍ରମୁଖ ଉପସ୍ଥିତ ରହି ବନଧନ ବିକାଶ କେନ୍ଦ୍ରର କାର୍ଯ୍ୟକାରିତା ସମ୍ପର୍କରେ ସ୍ଥାନୀୟ ମହିଳାମାନଙ୍କୁ ବିଝାଇଥିଲେ।

ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ବନଧନ ବିକାଶ କେନ୍ଦ୍ର ଉଦଘାଟିତ

ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟ କ୍ରମେ 8 ଟି ବନଧନ ବିକାଶ କେନ୍ଦ୍ର ଉଦଘାଟିତ ହେବ । ଏହା ଫଳରେ ବନ ପାହାଡ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସମବାୟ ନିଗମ ଜରିଆରେ ମାର୍କେଟିଙ୍ଗ କରିବା ସହ କିଛି ସାମଗ୍ରୀ ନିଜେ ପ୍ରୋସେସିଙ୍ଗ କରି ନିଜେ ବିକ୍ରି କରିପାରିବେ ।

ଲିମ୍ବ, ତେଲ, ମହୁ, ଝୁଣା, କିରଞ୍ଚି, ହରଡ଼ା, ବାହାଡ଼ା ସାମଗ୍ରୀ ଆଦି ସହଜରେ ବିକ୍ରୀ କରି ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ନୂଆପଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.