ନୂଆପଡା: ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ନୂଆପଡା ଜିଲ୍ଲା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମକୁ ସୂଚନାଦେଇ କମିଟି ଅଧ୍ୟକ୍ଷ କହିଛନ୍ତିଯେ, ଜିଲ୍ଲା ଏକ ଦୁର୍ନୀତିର ଗନ୍ଥାଘର ପାଲଟିଛି, ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଧାୟକ, ସାଂସଦଙ୍କ ମିଳିତ ଉଦ୍ୟମରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ।
କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି ସରକାର ଚାଲିଥିବାବେଳେ, ତାଙ୍କ ଦଳୀୟ ନେତା ବିଧାୟକ ସାଂସଦ ଓ ବିଭାଗୀୟ ଅଧିକାରୀ ସିଧାସଳଖ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରିଛନ୍ତି । ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତିଗ୍ରସ୍ତ ନେତା ଅଧିକାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନୂଆପଡା ଜିଲ୍ଲା କଂଗ୍ରେସ ।
ଯଦି ଏହି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେବୋଲି ଚେତାବନୀ ଦେଇଛି କଂଗ୍ରେସ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ