ETV Bharat / state

ଅସମ୍ଭାଳ ହେଉଛି ତାତି, ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ପ୍ରଭାବ । ପ୍ରବଳ ଗରମ ସାଙ୍ଗକୁ ଗୁଳିଗୁଳି ଛଟପଟ ହୋଉଛନ୍ତି ରାଜ୍ୟବାସୀ । ପ୍ରତିଦିନ ଆସୁଛି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ରବିବାର ନୂଆପଡା଼ରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ।

author img

By

Published : May 19, 2019, 2:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ସାଙ୍ଘାତିକ ତାତିରେ ସିଝୁଛି ସାରା ରାଜ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଗୁଳିଗୁଳିରେ ଆଉଟୁପାଉଟୁ ଜନଜୀବନ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ହେଉଥିବାବେଳେ ନୂଆପଡାରୁ ଜଣେ ଶ୍ରମିକଙ୍କ ଅଂଶୁଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ, କୋମନା ଗାଁର ସୁକାନ୍ତ ବାଗ(34) ନାମକ ଜଣେ ଶ୍ରମିକ ରାସ୍ତାରେ କାମ କରୁଥିଲେ । ଦିନତମାମ କାମ କରିବା ପରେ ସେ ସନ୍ଧ୍ୟାରେ ଘରକୁ ଫେରି ଅସୁସ୍ଥ ହୋଇପଡିଥିଲେ । ଏହା ପରେ ତାଙ୍କୁ ତୁରନ୍ତ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିବାବେଳେ ପରେ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

କିନ୍ତୁ ଚିକିତ୍ସାଧୀନ ଭାବେ ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ଅନ୍ୟପଟେ, ଶବ ବ୍ୟବଚ୍ଛେଦ ପରେ ଘଟଣା ବିଷୟରେ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.