ETV Bharat / state

ସରିଲା ସୁନାଦେଇ ଛତର ଯାତ୍ରା, ଦର୍ଶନ କଲେ ପୂର୍ଣ୍ଣ ହୁଏ ମନସ୍କାମନା

author img

By

Published : Oct 22, 2021, 12:55 PM IST

ପ୍ରତିବର୍ଷ ଭଳି ଚଳିତ ବର୍ଷ ନୂଆପଡାରେ ସରିଛି ମା' ସୁନାଦେଇଙ୍କ ଛତର ଯାତ୍ରା । ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା'ଙ୍କ ପୀଠ । ବିଶ୍ବାସ ରହିଛି ଛତର ଯାତ୍ରାରେ ମା'ଙ୍କୁ ଦର୍ଶନ କଲେ ପୂରଣ ହୋଇଥାଏ ମାନସିକ । ଅଧିକ ପଢନ୍ତୁ...

ସରିଲା ସୁନାଦେଇ ଛତର ଯାତ୍ରା, ମା'ଙ୍କ ଦର୍ଶନରେ ପୂର୍ଣ୍ଣ ହୁଏ ମନସ୍କାମନା

ନୂଆପଡା: ସୁନାଦେଇ ଛତର ଯାତ୍ରା, ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା'ଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ମା' ସୁନାଦେଇଙ୍କ ପୀଠରେ ବଳି ପକାଇଛନ୍ତି । ବିଶ୍ବାସ ରହିଛି, ଛତର ଯାତ୍ରାରେ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ।

ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ସୁନାଦେଇ । ସମୁଦ୍ର ପତ୍ତନ ଠାରୁ ସାଢେ 3 ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟ । ସବୁଥର ଭଳି ଏଥର ମଧ୍ୟ ମା'ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ମା' ସୁନାଦେଇ ପୀଠ ଲୋକାରଣ୍ୟ ରହିଥିଲା । ମାନସିକଧାରୀ ଶ୍ରଦ୍ଧାଳୁମାନେ ମା'ଙ୍କ ଚରଣରେ ବୋଦାବଳୀ ଦେଇ ସନ୍ତୁଷ୍ଟ କରୁଛନ୍ତି ।

କୋଭିଡ କଟକଣା ପାଇଁ ଚଳିତ ବର୍ଷ ସୁନାବେଡା ଅଭୟାରଣ୍ୟ ମୁଖ୍ୟ ପ୍ରବେଶ ପଥକୁ ନୂଆପଡା ପୋଲିସ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ତଥାପି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାଗମ ଦେଖାଦେଇଛି । ସୁନାଦେଇ ମା'ଙ୍କୁ ବର୍ଷକୁ 2 ଥର ପୂଜା କରାଯାଏ । ଚୈତ୍ର ମାସରେ ଚୈତ୍ରାପର୍ବ ଏବଂ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ପାଳିତ ହୋଇଥାଏ । 84 ଟି ଗାଁର ଗୌତିଆ ସେବାୟତ ବାଡିବାଲା, ବାଜାବାଲା, ଛତ୍ରୀୟାଙ୍କ ଦ୍ଵାରା ମା' ପୂଜିତ ହେଉଛନ୍ତି ।

ଏହି ଆଦିମ ଜନଜାତିଙ୍କ ଏକ ନିଆରା ପରମ୍ପରା ରହିଛି । ମା' ଙ୍କ ଛତର ଯାତ୍ରା ପାଳିତ ନ ହେବା ଯାଏଁ ସେମାନେ ବିବାହ, ବ୍ରତ ଆଦି ଶୁଭକାମ କରନ୍ତି ନାହିଁ । ସେହିଭଳି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସ୍ପର୍ଶ କରନ୍ତି ନାହିଁ ।

ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.