ETV Bharat / state

ଦ୍ବାଦଶ ଦିନରେ ଲକଡାଉନ, ଜନଶୂନ୍ୟ ନୂଆପଡା - Corona updates

ଲକଡାଉନର ଦ୍ବାଦଶ ଦିନରେ ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ବ୍ଳକ ଅଞ୍ଚଳ ଜନଶୂନ୍ୟ ହୋଇପଡିଛି । ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ସଚେତନତା ସୃଷ୍ଟି କରୁଥିବା ଦେଖାଦେଇଛି । ଅଧିକ ପଢନ୍ତୁ...

nuapada-isolation-word-visit
ଦ୍ବାଦଶ ଦିନରେ ଲକଡାଉନ, ଜନଶୂନ୍ୟ ନୂଆପଡା
author img

By

Published : Apr 5, 2020, 8:36 PM IST

Updated : Apr 6, 2020, 9:41 AM IST

ନୂଆପଡା: ମହାମାରୀ କୋରୋନା(କୋଭିଡ-19)କୁ ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନର ଦ୍ବାଦଶ ଦିନରେ ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ବ୍ଳକ ଅଞ୍ଚଳ ଜନଶୂନ୍ୟ ହୋଇପଡିଛି । ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ସଚେତନତା ସୃଷ୍ଟି କରୁଥିବା ଦେଖାଦେଇଛି ।

ସେହିଭଳି ଜିଲ୍ଲା, ବ୍ଳକ, ଗ୍ରାମପଂଚାୟତ ସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ନିର୍ମାଣ କରାଯାଇଛି । ଗ୍ରାମାଞ୍ଚଳ ସ୍ଥିତି ପରଖିବା ପାଇଁ ରବିବାର ଇଟିଭି ଭାରତ ଟିମ ପହଞ୍ଚିଥିଲା ବରଗାଁ ଜୟକିଷାନ ନୋଡାଲ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ।

ଦ୍ବାଦଶ ଦିନରେ ଲକଡାଉନ, ଜନଶୂନ୍ୟ ନୂଆପଡା

ସେଠାରେ ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଆନନ୍ଦା ପ୍ରସାଦ ଦାସ ସହ ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଏବଂ ଗ୍ରାମପଂଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ । ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପିଇବାପାଣି, ବେଡ଼, ସାନିଟାଇଜର, ମାକ୍ସ ଆଦି ସାମଗ୍ରୀ ମହଜୁଦ ଥିଲା । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ କ୍ବାରେଣ୍ଟଟାଇନରେ ନିଜ ଘରେ ରହିଥିବା ଡାକ୍ତର କହିଛନ୍ତି । ସେହିଭଳି ଗରିବ ଲୋକ ମାନଙ୍କୁ ମାଆ ବନଗୋସିଏନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ରନ୍ଧା ଖାଦ୍ୟ ଯୋଗାଇଦେଉଥିବା ଦେଖିବାକୁ ମିଳିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Apr 6, 2020, 9:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.