ETV Bharat / state

ଅଙ୍ଗନବାଡିରେ ଝୁଲୁଛି ତାଲା, ଖୋଲା ଆକାଶ ତଳେ ଚାଲିଛି ପାଠପଢା

author img

By ETV Bharat Odisha Team

Published : Oct 6, 2023, 2:16 PM IST

ପୈତୃକ ଜମିରେ ଅଙ୍ଗନବାଡି କେନ୍ଦ୍ର ହୋଇଥିବା ଅଭିଯୋଗ ଆଣି ତାଲା ପକାଇଲେ ଅଭିଯୋଗକାରୀ । ଖୋଲା ଆକାଶ ତଳେ ପାଠପଢୁଛନ୍ତି କୋମଳମତି ଶିଶୁ । ଅଧିକ ପଢନ୍ତୁ

man locked anganwadi center in nuapada
man locked anganwadi center in nuapada

man locked anganwadi center in nuapada

ନୂଆପଡା: ସପ୍ତାହେ ହେଲା ବରଗାଁ ସ୍ଥିତ ୨ ନମ୍ବର ଏବଂ ୪ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା। ନିଜ ପୈତୃକ ଜମିରେ ଅଙ୍ଗନବାଡି କେନ୍ଦ୍ର ହୋଇଥିବା ଅଭିଯୋଗ ଆଣି ଦୁଇ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ଗାଁର ନବଘନ ବଘେଲ । ଫଳରେ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବରେ ପାଠ ପଢୁଛନ୍ତି କୋମଳମତି ଶିଶୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁରେ । ନବଘନ ବଘେଲ ଦୁଇଟି ଅଙ୍ଗନବାଡି କେନ୍ଦ୍ରକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ପାଠପଢ଼ା ସମୟରେ ହନ୍ତସନ୍ତ ହେଉଛନ୍ତି ଶିଶୁ ଓ ଅଙ୍ଗନବାଡ଼ି କର୍ମୀ ।

ବରଗାଁ ସ୍ଥିତ ୨ ନମ୍ବର ଅଙ୍ଗନବାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୨୩ ବର୍ଷ ବିତି ଯାଇଥିବା ବେଳେ, ୪ ନମ୍ୱର ଅଙ୍ଗନବାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୧୦ ବର୍ଷ ବିତିଯାଇଛି । ୨ ଗୋଟି ଅଙ୍ଗନବାଡି ସେଣ୍ଟର ଦୀର୍ଘବର୍ଷଧରି ନିରବଚ୍ଛିନ୍ନ ଭାବରେ ପରିଚାଳିତ ହୋଇ ଆସୁଥିଲା । ହଠାତ ଗାଁର ନବଘନ ବଘେଲ ନାମକ ବ୍ୟକ୍ତି ନିଜ ପୈତୃକ ଜମି ଦାବିକରି ଆଜକୁ ୭ ଦିନହେବ ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇ ଅଙ୍ଗନବାଡି ସେଣ୍ଟରକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅପରପକ୍ଷେ ଉଭୟେ ଅଙ୍ଗନବାଡ଼ି ଦିଦି ଅସୁରକ୍ଷିତ ଭାବରେ ଅନାବନା ବୁଦାମୂଳେ ଖୋଲା ଆକାଶ ତଳେ କୋମଳମତି ଶିଶୁଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି । ବର୍ଷା ପାଣିରେ ଶିଶୁ ମାନେ ଓଦା ହୋଇଯାଉଥିବା ବେଳେ,ପାହାଡିଆ ସ୍ଥାନ ହୋଇଥିବାରୁ ବିଷଧର ଶରୀସୃପ ର ଭୟ ରହିଛି । ଏନେଇ ପ୍ରଶାସନ ଗୁରୁତର ସହକାରେ ତୁରନ୍ତ ଦୃଷ୍ଟି ଦେବାକୁ ଅବିଭାବକମାନେ ଦାବି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଘର, ପର ଘରେ ଚାଲିଛି ପାଠପଢା

ଯେକୌଣସି ସରକାରୀ କୋଠା ବାଡ଼ି ନିର୍ମାଣ ସମୟରେ ଜମି ଚିହ୍ନଟ କରାଯାଇଥାଏ । ଉକ୍ତ ଜମିଟି ସରକାରୀ ନା ବେସରକାରୀ ତାର ଦସ୍ତାବିଜ ପ୍ରମାଣ ପତ୍ର ତନଖି ଦେଖିବା ପରେ କୋଠା ବାଡ଼ି ନିର୍ମାଣ କରିବା ନିୟମ ରହିଛି । ହେଲେ ବରଗାଁ ଅଙ୍ଗନବାଡି ସେଣ୍ଟର ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ ବ୍ୟତିକ୍ରମ କରିଥିବା ଏବେ ସନ୍ଦେହ କରାଯାଉଛି । ତେବେ ସରକାରୀ ଜମିରେ ଅଙ୍ଗନବାଡି କେନ୍ଦ୍ର ତିଆରି ହୋଇଛି ନା ବେସରକରୀ ଜମିରେ ସେନେଇ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁଲୋକେ ଦାବି କରିଛନ୍ତି । ଅପରପକ୍ଷେ ତାଲା ପକାଇବା ଘଟଣା ଏକ ସପ୍ତାହ ବିତି ଯାଇଥିଲେ ଶୁଦ୍ଧା ବିଭାଗୀୟ ଅଧିକାରୀ ହାତ ବାନ୍ଧି ବସିଛନ୍ତି । ଅପରପକ୍ଷେ ନବଘନ ବଘେଲ ବିରୁଦ୍ଧରେ ଖଡ଼ିଆଳ ଥାନାରେ ଏତଲା ଦେଇଥିବା ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.