ETV Bharat / state

ଦାଉ ସାଧିଲା କୁଆପଥର ମାଡ, ଉଜୁଡିଲା ସୁନାର ଫସଲ

author img

By

Published : May 12, 2020, 1:29 PM IST

ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଦାଉ ସାଜିଲା କାଳବୈଶାଖୀ ଓ କୁଆପଥର ମାଡ଼ । ଜିଲ୍ଲାରେ ଉଜୁଡି ଯାଇଛି ଶହ ଶହ ହେକ୍ଟର ରବିଧାନ ସହ ଟମାଟୋ, ଭେଣ୍ଡି, ବାଇଗଣ ସହ ବିଭିନ୍ନ ପନିପରିବା ଚାଷ । ଧାର କରଜ କରି ବ୍ୟାଙ୍କ ଋଣ କରି ଚାଷୀ ଚାଷ କରିଥିବାବେଳେ ଭଲ ଫସଲ ଅମଳ ହେବ ବୋଲି ଆଶା ରଖିଥିଲା ଚାଷୀ । କିନ୍ତୁ ସବୁ ଆଶା ମଉଳି ଗଲା ,ଏବେ ସରକାରୀ ସହାୟତାକୁ ଅପେକ୍ଷାରେ ଚାଷୀ । ଅଧିକ ପଢନ୍ତୁ...

farmer-faceing-various-problems-on-thunderstorm-in-nuapada-need-govt-assistance
କାଳବୈଶାଖୀ କୁଆପଥର ମାଡ ଉଜାଡିଲା ଚାଷ, ସହାୟତା ପାଇଁ ଦାବି କଲେ ଚାଷୀ

ନୂଆପଡା: ଚାଷୀଙ୍କୁ ଦାଉ ସାଜିଲା କାଳବୈଶାଖୀ କୁଆପଥର ମାଡ଼ । ଉଜୁଡି ଯାଇଛି ଶହ ଶହ ହେକ୍ଟର ରବିଧାନ ସହ ଟମାଟୋ, ଭେଣ୍ଡି, ବାଇଗଣ ପରିବା ଚାଷ । ପ୍ରବଳ ଘୁର୍ଣ୍ଣିଝଡ଼ କାଳବୈଶାଖୀ କୁଆପଥର ମାଡରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଧାର କରଜ ବ୍ୟାଙ୍କ ଋଣ କରି ଚାଷୀ ଚାଷ କରିଥିଲେ । ଭଲ ଫସଲ ଅମଳ ହେବ ବୋଲି ଆଶା ରଖିଥିଲା ଚାଷୀ । କିନ୍ତୁ ସବୁ ଆଶା ମଉଳି ଗଲା ।

ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ ବ୍ଳକ ଅଞ୍ଚଳରେ ପ୍ରବଳ ଘୁର୍ଣ୍ଣିଝଡ଼ କାଳବୈଶାଖୀ କୁଆପଥର ମାଡ଼ । ବିଶେଷ କରି ଖଡ଼ିଆଳ ବ୍ଳକ ତୁକୁଲା,ଖାସବାହାଲ,ଋଷିଗାଁ ଗ୍ରାମପଞ୍ଚାୟତର ଶହଶହ ହେକ୍ଟର ରବିଧାନ ଫସଲ ଏବଂ ପନିପରିବା ଚାଷୀଙ୍କୁ ଦାଉ ସାଜିଲା କୁଆପଥର ମାଡ଼ । ଧାନଗଛ କେଣ୍ଡା ଭାଙ୍ଗି ମାଟିରେ ମିଶିଯାଇଥିବା ବେଳେ ପରିବା ଚାଷ ମୂଳରୁ ଉପୁଡିଯାଇ ପବନରେ ଉଡିଯାଇଛି । ବ୍ୟାଙ୍କରୁ ଋଣକରି ଚାଷୀ ଚାଷ କରିଥିଲା । ଫସଲ ଉଜୁଡି ଯିବାପରେ ଋଣ ପରିଶୋଧ ନେଇ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛି । ମହାମାରୀ କୋଭିଡି19ରେ ଚାଷୀଙ୍କ ରୋଜଗାର ପ୍ରଭାବିତ ହୋଇଥିବାବେଳେ, କୁଆପଥର ମାଡ ମୁଣ୍ଡ ଉପରେ ଚଡକ ପକାଇଛି ।

ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ପ୍ରବଳ ଘୁର୍ଣ୍ଣିଝଡ଼ କୁଆପଥର ମାଡ଼ ତୁହାକୁତୁହା ଦେଖାଦେଇଛି । ପ୍ରତି ସପ୍ତାହ ବ୍ୟବଧାନରେ ଅଦିନିଆ ବର୍ଷା ଘୁର୍ଣ୍ଣିଝଡ଼, କୁଆପଥର ମାଡ଼ ଚାଷିଙ୍କୁ ବେହାଲ କରିଦେଉଛି । ରବିଧାନ ଫସଲର ଚାଷୀ ସ୍ବର୍ଣ୍ଣ, ନବୀନ,ପାରିଜାତ,ଲଲାଟ ଭଳି ଲାଭଜନକ ଧାନ ଫସଲ କ୍ଷେତରେ କରିଥିଲେ । ଠିକ ସମୟରେ ରୁଆ ବେଉଷଣ କାମସାରି କୀଟନାଶକ ଖତ ସାର ପ୍ରୟୋଗ କରିଥିଲା ଚାଷୀ । ପାଖରେ ଯାହା କିଛି ଅର୍ଥ ଥିଲା ଚାଷ ଜମିରେ ଲଗାଇଥିଲା ଚାଷୀ । ଖେତରେ ସୁନା ଫସଲ ଲହଡି ମାରୁଥିଲା । ଭଲ ଫସଲ ଅମଳ ହେବେବୋଲି ଚାଷୀ ମନ ଖୋଲି ହସୁଥିଲା । ହେଲେ ସବୁତକ ଆଶାକୁ ଭାଙ୍ଗି ଧୂଳିସାତ କରିଦେଲା କାଳବୈଶାଖୀ କୁଆ ପଥର ମାଡ଼ ।

ଏ ଭଳି ଦୁ୍ର୍ଦ୍ଦିନରେ ଚାଷୀଙ୍କ ଦୁଃଖକୁ ନେଇ ଆମ ପ୍ରତିନିଧି ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ଲକଡାଉନ କାରଣରୁ କାର୍ଯ୍ୟାଳୟରେ ତାଲା ପଡିଛି । ଏଭଳି ଦୋଛକି ଅବସ୍ଥାରେ ଚାଷୀ କେବଳ ଏବେ ସରକାରୀ ସାହାୟତାକୁ ଅପେକ୍ଷା କରିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.