ETV Bharat / state

କୁକୁଡା ଫାର୍ମ ଉଚ୍ଛେଦ ଦାବି, ପ୍ରତିଶୃତି ପରେ ଭାଙ୍ଗିଲା ଧାରଣା

ଲଗାତାର ଦୁଇବର୍ଷ ଧରି ଆନ୍ଦୋଳନ ପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଲେ ତହସିଲଦାର । କେବେ ହବ ପ୍ରତିଶୃତି ପୂରଣ ହେବ ତାକୁ ଅପେକ୍ଷା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Aug 4, 2019, 5:47 AM IST

ନୟାଗଡ: କୁକୁଡା ଫାର୍ମକୁ ନେଇ ତେଜୁଛି ଅସନ୍ତୋଷ । ଫାର୍ମ ମାଲିକ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତିରେ । ଏମିତି ଏକ ଘଟଣା ଘଟିଛି ନୟାଗଡା ଜିଲ୍ଲା ରଣପୁର ତହସିଲ ବାଲିଆ ଗାଁରେ । ଗାଁରେ ଥିବା ସରକାରୀ ଜାଗା ଉପରେ କୁକୁଡ଼ା ଫାର୍ମ ହାଉସ କୁ ବିରୋଧ ନେଇ ଘଟିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଘଟଣା ଅନୁସାରେ ରଣପୁର ତହସିଲ ବାଲିଆ ଗାଁ ମଝିରେ ଥିବା କୁକୁଡ଼ା ଫାର୍ମ ଯୋଗୁଁ ପ୍ରଦୂଷଣ ବଢିବା ସହ ପ୍ରବଳ ଦୁର୍ଗନ୍ଧ ହେଉଛି । ଫଳରେ ଲୋକେ ବିଭିନ୍ନ ପ୍ରକାର ସମସ୍ୟା ଭୋଗୁଛନ୍ତି । ଦୁଇବର୍ଷ ତଳେ ଗାଁର ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଠରେ ଅଭିଯୋଗ କରିଥିଲେ ।

ଜିଲାପାଳ ଅଭିଯୋଗ ଶୁଣି ରଣପୁର ତହସିଲଦାରଙ୍କୁ ଚିଠି ଲେଖି ଘଟଣାର ତଦନ୍ତ କରି ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ । ହେଲେ ବିଡମ୍ବନା ହେଲା ସେତେବେଳେ ଯେଉଁ ତହସିଲଦାର ଥିଲେ ତାଙ୍କ ବଦଳି ଯୋଗୁଁ ନା ତଦନ୍ତ ହୋଇଥିଲା, ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଫଳରେ ପୁଣି ଥରେ ଗ୍ରାମବାସୀ ଏକତ୍ରିତ ହୋଇ କୁକୁ଼ଡା ଫାର୍ମ ଉଚ୍ଛେଦ ଦାବିରେ ତହସିଲ ଅଫିସ ଆଗରେ ଧାରଣ ଦେଇଥିଲେ।

ତହସିଲଦାର ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ସହ କାର୍ଯ୍ୟାନୁଷ୍ଠାନ ନେବାସହ କୁକୁଡା ଫାର୍ମକୁ ଉଚ୍ଛେଦ କରିବେ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଧାରଣରୁ ଉଠିଥିଲେ ଗ୍ରାମବାସୀ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ରଣପୁର ତହସିଲ ବାଲିଆ ଗାଁରେ ଥିବା ସରକାରୀ ଜାଗା ଉପରେ କୁକୁଡ଼ା ଫାର୍ମ ହାଉସ କୁ ବିରୋଧ କରି ରଣପୁର ତହସିଲ ଅଫିସ ଘେରାଉ କଲେ ଗ୍ରାମ ବାସୀ । Body:ରଣପୁର ତହସିଲ ବାଲିଆ ଗାଁ ମଝିରେ ଥିବା କୁକୁଡ଼ା ଫାର୍ମ ଯୋଗୁଁ ପ୍ରଦୂଷଣ ବଢିବା ସହ ଦୁର୍ଗନ୍ଧ ପ୍ରବଳ ହେଉଛି । ଦୁଇବର୍ଷ ତଳେ ଗାଁର କିଛି ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ ଗ୍ରୀଭାନ୍ସ ରେ ଅଭିଯୋଗ କରିଥିଲେ । ଜିଲାପାଳ ରଣପୁର ତହସିଲ କୁ ଏକ ଚିଠି କରିବା ସହ ଏହାର ତଦନ୍ତ କରି ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ରଣପୁର ତହସିଲ ର ତହସିଲଦାର ବଦଳି ଯୋଗୁଁ ତଦନ୍ତ ଅଧା ବାଟ ରେ ଅଟକି ରହିଲେ । ତେବେ କୁକୁଡ଼ା ମାଲିକ ଓ ଗ୍ରାମ ବାସୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେବା ସହ ଝଗଡା ଲାଗିରହିଥିଲା । ଆଜି ଗ୍ରାମର କିଛି ମହିଳା ରଣପୁର ତାହାସଲ ରେ ଆନ୍ଦୋଳନ କରିବା ସହ ଧାରଣା ରେ ବସିଥିଲେ । Conclusion:ରଣପୁର ତହସିଲଦାର ଏହାର ତଦନ୍ତ କରି ଶୀଘ୍ର ସରକାରୀ ଜାଗାରୁ କୁକୁଡ଼ା ଫାର୍ମ ହାଉସ କୁ ଉଚ୍ଛେଦ କରିବେ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଧାରଣରୁ ମହିଳା ମାନେ ଓହରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.