ନୟାଗଡ଼: ସାମାନ୍ୟ ବଚସାରୁ ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗାଁରେ l ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ ।
ସୂଚନାଅନୁସାରେ, ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ ଓ ବିଧବା ମହିଳା ଶ୍ରୀମତି ପାଳ ସୁସମ୍ପର୍କରେ ଚଳି ଆସୁଥିଲେ l ଗତ ଅପ୍ରେଲ 6 ତାରିଖରେ ମାଣିଆ କୌଣସି କାରଣରୁ ବିଧବା ମହିଳା ଘରକୁ ଯାଇଥିଲେ l ତେବେ କୌଣସି କାରଣକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ଓ ଝଗଡା ଲାଗିଥିଲେ । ସେଠାରେ ଉତ୍ତ୍ୟକ୍ତ ହୋଇ ଶ୍ରୀମତି ପାଳ ଓ ତା ଜ୍ଜାଇଁ ସନ୍ତୋଷ ଜେନା ମାଣିଆ ଉପରେ ଗରମ ତେଲ ଢାଳିଥିଲେ l ସଙ୍ଗେସଙ୍ଗେ ମାଣିଆଙ୍କୁ ସରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l
ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା l ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଶରଣକୂଳ ପୋଲିସ ଜ୍ବାଇଁ ଓ ଶାଶୁକୁ ଜୀବନରୁ ମାରିଦେବା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି l ମୃତ୍ୟୁ ପୂର୍ବରୁ ପୋଲିସ ମୃତ ବ୍ୟକ୍ତିର ଜମାନ ବନ୍ଦୀ ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ