ନୟାଗଡ: ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ଚଢ଼େୟାପଲ୍ଲୀ ଭଳି ଅପହଞ୍ଚ ଇଲାକାରେ ବିଏସଏନଏଲ ନେଟୱାର୍କ ସୁବିଧା ପାଇଁ ଟାୱାର ସେବାର ଶୁଭାରମ୍ଭ ହୋଇଛି l କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା ଏହାକୁ ଶୁଭାରମ୍ଭ କରିଛନ୍ତି l ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ନେଟୱାର୍କ ସେବା ପାଇପାରୁନଥିଲେ l
ଏହି ଅସୁବିଧା ଦୂର ପାଇଁ ବିଧାୟକ ରମେଶ ବେହେରା ନିଜ ହାତ ପାଣ୍ଠିରୁ ଟାୱାର ସ୍ଥାପନ କରିଛନ୍ତି l ଏ କ୍ଷେତ୍ରରେ ସେ ପ୍ରଥମ ବୋଲି କୁହାଯାଉଛି l ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ବିଧାୟକ ରମେଶ ବେହେରା l ପାଖାପାଖି 3 ଟି ପଞ୍ଚାୟତର ଲୋକେ ଏହି ଟାୱାର ମାଧ୍ୟମରେ 3 ଜି ନେଟୱାର୍କର ସୁବିଧା ପାଇ ପାରିବେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ