ETV Bharat / state

ଆଜିଠୁ ଖୋଲିଲା ରାଜ୍ୟର ଦ୍ବିତୀୟ ଶ୍ରୀକ୍ଷେତ୍ର

ଦୀର୍ଘ 10ମାସ ପରେ ଖୋଲିଲା ରାଜ୍ୟର ଦ୍ବିତୀୟ ଶ୍ରୀକ୍ଷେତ୍ର । ଭକ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ଲହରୀ । ଅଧିକ ପଢନ୍ତୁ...

ଆଜିଠୁ ଖୋଲିଲା ରାଜ୍ୟର ଦ୍ବିତୀୟ ଶ୍ରୀକ୍ଷେତ୍ର
ଆଜିଠୁ ଖୋଲିଲା ରାଜ୍ୟର ଦ୍ବିତୀୟ ଶ୍ରୀକ୍ଷେତ୍ର
author img

By

Published : Jan 3, 2021, 11:48 AM IST

ନୟାଗଡ: କୋରୋନା କଟକଣା ପାଇଁ ଦୀର୍ଘ 10ମାସ ହେବ ବନ୍ଦ ଥିଲା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ । ଆଜିଠୁ ପୁରୀରେ ସାଧାରଣଙ୍କ ପାଇଁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ଥିବା ବେଳେ ନୟାଗଡ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିର ଖୋଲିଛି ।

ଆଜିଠୁ ଖୋଲିଲା ରାଜ୍ୟର ଦ୍ବିତୀୟ ଶ୍ରୀକ୍ଷେତ୍ର

ଦୀର୍ଘ 10ମାସ ପରେ ଆଜି ଖୋଲିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର l ପୁରୀ ଜଗନ୍ନାଥଙ୍କ 16 କଳାରୁ ରଣପୁର ଜଗନ୍ନାଥଙ୍କ ପାଖେ ଗୋଟିଏ କଳା ରହିଛି l ତେଣୁ ପୁରୀ ନ ଯାଇ ପାରିଲେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କଲେ ଅପାର କରୁଣା ଲାଭ ହୋଇଥାଏ ବୋଲି କୁହାଯାଏ l

ତେବେ ଆଜିଠାରୁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପରିଧାନ କରି ମନ୍ଦିରରେ ସାଧାରଣ ଦର୍ଶନ କରାଯିବ l ଖାଁ ଖାଁ ପଡ଼ିଥିବା ମନ୍ଦିର ଆଜି ଲୋକାରଣ୍ୟରେ ପୁରି ଉଠିବ l ରଣପୁର ଜଗନ୍ନାଥ ମନ୍ଦିର ତରଫରୁ କୋଭିଡ଼ ନିୟମକୁ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବହୁତ ଦିନ ପରେ ଭକ୍ତ ଭଗବାନଙ୍କ ମିଳନ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଭକ୍ତ । ଏ ପଟେ ନୟାଗଡର ସମସ୍ତ ମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ କଡାକାଡି କୋଭିଡ ନିୟମ ପାଳନ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.