ETV Bharat / state

ନୂଆଗାଁ ପୂର୍ବତନ ତହସିଲଦାର ନିଲମ୍ବିତ - ନୂଆଗାଁ ପୂର୍ବତନ ତହସିଲଦାର ନିଲମ୍ବିତ

ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ ନିଲମ୍ବିତ l ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକ ପଢନ୍ତୁ...

ନୂଆଗାଁ ପୂର୍ବତନ ତହସିଲଦାର ନିଲମ୍ବିତ
ନୂଆଗାଁ ପୂର୍ବତନ ତହସିଲଦାର ନିଲମ୍ବିତ
author img

By

Published : May 29, 2021, 5:16 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ ନିଲମ୍ବିତ l ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନୂଆଗାଁ ପୂର୍ବତନ ତହସିଲଦାର ନିଲମ୍ବିତ

ଶରତ କୁମାରଙ୍କୁ ନୟାଗଡ଼ ଜିଲ୍ଲା ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସେ ନୂଆଗାଁ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅଞ୍ଚଳରେ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର ନାମକ ସଂସ୍ଥାକୁ ଅନୁକମ୍ପା ଦେଖାଇ ଚଳିତ ବର୍ଷ ଜାନୁଆରୀ ମାସରେ ୯୪ ଏକର ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରାଯାଇଥିଲା ।

ସବୁତକ କିସମ ଜମିକୁ ଗୋଟିଏ ମକଦ୍ଦମାରେ ପରିବର୍ତ୍ତନ କରାଯାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କ ତଥ୍ୟ ଅନୁଯାୟୀ ନୂଆଗାଁର ଉକ୍ତ ଅଞ୍ଚଳରେ ରେଳବାଇ ପ୍ରକଳ୍ପ ଯାଉଛି ।

ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଘୋଷଣା ମଧ୍ୟ ଶେଷ ହୋଇଛି। ସରକାରଙ୍କ ନିୟମ-୨୦୧୩ ଅନୁଯାୟୀ ସମୂହ କିମ୍ବା ରାଷ୍ଟ୍ର ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ପାଇଁ ଜମିର ଆବଶ୍ୟକତା ଥିବାବେଳେ ଉକ୍ତ ଅଞ୍ଚଳର କୌଣସି ଜମିର କିସମ ପରିବର୍ତ୍ତନ କରାଯିବା କଥା ନୁହେଁ । ତତ୍ ସହିତ ସରକାରଙ୍କ ରାଜସ୍ବ କ୍ଷତି ହେବା ଭଳି କୌଣସି କାର୍ଯ୍ୟ କରାଯିବା କଥା ନୁହେଁ। ସେଥିପାଇଁ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଥିବା ଜଣା ପଡିଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.