ETV Bharat / state

ଭୁବନେଶ୍ୱରରୁ ନୟାଗଡ଼ ଓ ପୁରୀରେ ପହଞ୍ଚିଲା କୋରୋନା ଟୀକା - ନୟାଗଡରେ 4 ହଜାର ଟିକା ପହଞ୍ଚିଛି

ଓଡିଶାରେ କୋରୋନା ଟୀକା ପହଞ୍ଚିବା ପରେ ନୟାଗଡ ଓ ପୁରୀରେ ପହଞ୍ଚିଛି କୋରୋନା ଟୀକା । ଅଧିକ ପଢନ୍ତୁ...

ନୟାଗଡ଼ ଓ ପୁରୀରେ ପହଞ୍ଚିଲା କୋରୋନା ଟୀକା
ନୟାଗଡ଼ ଓ ପୁରୀରେ ପହଞ୍ଚିଲା କୋରୋନା ଟୀକା
author img

By

Published : Jan 13, 2021, 11:12 AM IST

ନୟାଗଡ/ପୁରୀ: ଓଡିଶାକୁ କେରୋନା ଟୀକା ଆସିବା ପରେ ବିଭିନ୍ନ ଜିଲ୍ଲାରୁ ଏହାର ସ୍ତାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବରରେ କୋରୋନା ଟୀକା ପହଞ୍ଚିଲା ପରେ ନୟାଗଡରେ କୋରୋନା ଟୀକା ପହଞ୍ଚିଛି ।

ନୟାଗଡ଼ ଓ ପୁରୀରେ ପହଞ୍ଚିଲା କୋରୋନା ଟୀକା

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟୀକାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଟୀକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି l ପ୍ରଥମ ପ୍ରର୍ଯ୍ୟୟ କ୍ରମେ 5 ହଜାର 2 ଶହ 6 ଟୀକା ଆବଶ୍ୟକ ରହିଥିବା ବେଳେ, 4 ହଜାର ଟୀକା ମିଳିଛି । ଆସନ୍ତା 16 ତାରିଖ ଦିନ ଏହି ଟୀକାକୁ ବଣ୍ଟନ କରାଯିବ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର 4 ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ସେଣ୍ଟର ଚିହ୍ନଟ କରାଯାଇଛି l ପ୍ରଥମେ ଏହି ଟୀକାକୁ ଜିଲ୍ଲାର ସ୍ଵାସ୍ଥ୍ୟକର୍ମୀ କୋରୋନା ଯୋଦ୍ଧାମାନଙ୍କୁ ବଣ୍ଟନ କରାଯିବ l ନୟାଗଡ଼ରେ ଟୀକା ପହଞ୍ଚିବା ପରେ ଟୀକା ସଂରକ୍ଷଣ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଜିଲ୍ଲାପାଳ l

ଅନ୍ୟ ପଟେ ପୁରୀରେ ମଧ୍ୟ ମଙ୍ଗଳବାର କୋରୋନା ଭ୍ୟାକସିନ ପହଞ୍ଚିଛି । ଜିଲ୍ଲାର ଟୀକା ଭଣ୍ଡାରରେ ସମସ୍ତ ଟୀକାକୁ ରଖାଯାଇଛି । ପୁରୀକୁ 10ହଜାର 7ଶହ 79 ଭାକସିନ ଆବଶ୍ୟକତା ଥିବା ବେଳେ ୭ହଜାର ଭାକସିନ୍ ଆସିଛି । ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଟୀକା ଆସିବ । ବୁଧବାର ବୈଠକ କରାଯାଇ ଜିଲ୍ଲାର ସମସ୍ତ 68 କେନ୍ଦ୍ରକୁ ଦିଆଯିବ । ଏନେଇ 278ଜଣ ଭ୍ୟାକସିନେଟର ନିୟୋଜିତ ହୋଇଥିବା ବେଳେ 162ଟି ପଏଣ୍ଟରେ ଏହି ଟୀକା ଦିଆଯିବ | ଏଥିପାଇଁ ପୂର୍ବରୁ ଡ୍ରାଏ ରନ ସରିଥିଲା | ତେବେ ସମସ୍ତ ଅଫିସର ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.