ETV Bharat / state

କଂଗ୍ରେସର ପରୀ ରଥକୁ ବନ୍ଦ କଲା ପ୍ରଶାସନ

author img

By

Published : Dec 15, 2020, 6:43 PM IST

ନୟାଗ଼ଡ ଜିଲ୍ଲା କଂଗ୍ରେସ ପକ୍ଷରୁ ପରିକ୍ରମା କରାଯାଉଥିବା ପରୀ ରଥକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ପଢନ୍ତୁ ଅଧିକ.....

କଂଗ୍ରେସର ପରୀ ରଥକୁ ବନ୍ଦ କଲା ପ୍ରଶାସନ
କଂଗ୍ରେସର ପରୀ ରଥକୁ ବନ୍ଦ କଲା ପ୍ରଶାସନ

ନୟାଗଡ଼ : ଜିଲ୍ଲା କଂଗ୍ରେସ ପକ୍ଷରୁ ପରୀକୁ ନ୍ୟାୟ ଦାବି କରି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ " ପରୀ ରଥ " ପରିକ୍ରମା ଜାରି ରହିଥିବାବେଳେ ଏହା ବିନା ଅନୁମତିରେ ଚାଲୁଥିବା ଦର୍ଶାଇ ତାକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ତେବେ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନକୁ ଦୃଢ ବିରୋଧ କରିଛି କଂଗ୍ରେସ ।

କଂଗ୍ରେସର ପରୀ ରଥକୁ ବନ୍ଦ କଲା ପ୍ରଶାସନ

ପରୀ ନ୍ୟାୟରଥ ପରିକ୍ରମା କରାଯାଇ ୫0 ହଜାର ଜିଲ୍ଲାବାସୀଙ୍କ ସ୍ଵାକ୍ଷର ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପଠାଇବା ପାଇଁ କଂଗ୍ରେସ ଅଭିଯାନ ଚଳାଇଥିବାବେଳେ ଏହାକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ମନ୍ତ୍ରୀ ଅରୁଣ ସାହୁଙ୍କ ଚାପରେ ପୋଲିସ ପ୍ରଶାସନ ଓ ଜିଲ୍ଲାପାଳ ପରୀ ନ୍ୟାୟରଥ ବୁଲିବା ଉପରେ ରୋକ ଲଗାଇଥିବା ଅଭିଯୋଗ କରିଛି କଂଗ୍ରେସ ।

ନ୍ୟାୟରଥ ଆଜି ଓଡଗାଁ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା l ଓଡଗାଁରେ ଜନସାଧାରଣ ପରୀ ନ୍ୟାୟରଥକୁ ଅପେକ୍ଷା କରିଥିଲା ବେଳେ ଜିଲ୍ଲାପାଳ ରଥ ପରିକ୍ରମା ଉପରେ ଅଙ୍କୁଶ ଲଗାଇଥିବା କହିଛି କଂଗ୍ରେସ l ପ୍ରତିବାଦରେ କଂଗ୍ରେସ ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରଥ ରଖି ପ୍ରତିବାଦ କରାଯାଇଥିଲା l ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.