ETV Bharat / state

ଗୋଷ୍ଠୀକନ୍ଦଳ ପାଇଁ ରାସ୍ତାରୋକ, ନୟାଗଡ଼-ରଣପୁର ରାସ୍ତାରେ ଯାତାୟାତ ଠପ

ଚାରିବର୍ଷ ପୁରୁଣା ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀ ଦାଦାଗିରି ଦେଖାଉଥିବାରୁ ଏହା ବିରୋଧରେ ରାସ୍ତାରୋକ କରାଯାଇଛି ।

author img

By

Published : Aug 12, 2019, 9:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ଇଟାମାଟି ଥାନା ଅନ୍ତର୍ଗତ ଖଇରପଟି ଗାଁରେ ଗୋଷ୍ଠୀକନ୍ଦଳ ଯୋଗୁଁ ରାସ୍ତାରୋକ କରାଯାଇଛି । ଚାରିବର୍ଷ ପୂର୍ବରୁ ସମିତି ସଭ୍ୟ ବାବୁଲିଙ୍କୁ ରାଜନୈତିକ ଆକ୍ରୋଶ କାରଣରୁ ହତ୍ୟା କରାଯାଇଥିଲା । ଏହା ପରଠାରୁ ସରପଞ୍ଚ ଓ ସମିତି ସଭ୍ୟ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଛି । ଏପରିକି ସମିତି ସଭ୍ୟଙ୍କ ଗୋଷ୍ଠୀ ଗ୍ରାମବାସୀଙ୍କୁ ସେମାନଙ୍କ ଜମି ଚାଷ କରାଇ ଦେଉ ନାହାନ୍ତି । ତହସିଲଦାର, ପୋଲିସ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହାକୁ ବିରୋଧ କରି ଗ୍ରାମବାସୀ କେସ୍ତପଡା ଛକରେ ଧାରଣାରେ ବସିଥିଲେ । ଏଥିଯୋଗୁଁ ନୟାଗଡ଼-ରଣପୁର ରାସ୍ତାରେ ଯାତାୟତ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ତେବେ ଯଦି ଜିଲ୍ଲା ପ୍ରଶାସନ ଏହାର କୌଣସି ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ସମିତି ସଭ୍ୟଙ୍କୁ ହତ୍ୟା କରାଯିବା ପରେ ସମିତି ସଭ୍ୟଙ୍କ ଗୋଷ୍ଠୀ ଗାଁରେ ଏକ ପ୍ରକାର ଗୁଣ୍ଡାରାଜ ଚଲେଇ ଆସୁଛନ୍ତି । ଗାଁରେ ଥିବା ଚାଷ ଜମିରେ କାହାକୁ ଚାଷ କରିବାକୁ ଛାଡୁନାହାନ୍ତି । ତିନିବର୍ଷ ହେବ ଲୋକଙ୍କର ଚାଷ ଜମି ପଡିଆ ପଡିଛି । ଏହି ଘଟଣାରେ ତହସିଲଦାର, ପୋଲିସ, ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ହୋଇ ନ ଥିଲା । ଆଜି ଏହାକୁ ବିରୋଧ କରି ଗ୍ରାମବାସୀ ମାନେ କେସ୍ତପଡା ଛକ ଉପରେ ଟାୟାର ଜାଳି ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ, ଖଇରପଟି ଗାଁରେ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟରେ ଗୋଷ୍ଠୀ କନ୍ଦଳ ସବୁବେଳେ ଲାଗି ରହିଥିଲା । ଗତ ଚାରି ବର୍ଷ ତଳେ ସରପଞ୍ଚଙ୍କ ଗୋଷ୍ଠୀ ସମିତିସଭ୍ୟଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ହାଣି ହତ୍ୟା କରିବାପରେ ଆଖିତାଡି ଦିଆଯାଇଥିଲା । ନୟାଗଡ଼ ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସହ ପାଞ୍ଚ ଜଣ ଆଜି ପର୍ଯ୍ୟନ୍ତ ଜେଲରେ ଅଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ଗାଁ କନ୍ଦଳ ଯୋଗୁଁ ରାସ୍ତା ରୋକ । ଏଭଳି ଘଟଣା ଘଟିଛି, ଇଟାମାଟି ଥାନା ଖଇରପଟି ଗାଁ ରେ । ଚାରିବର୍ଷ ତଳେ, ସେହି ଗାଁର ସମିତି ସଭ୍ୟ ବାବୁଲି ବାଣ୍ଠ କୁ ରାଜନୈତିକ କାରଣ ଯୋଗୁଁ ଦିନବେଳେ ହାଣି ମରିଦେଇଥିଲେ । ସେହିଦିନ ଠାରୁ ରାଜନୈତିକ ଶତ୍ରୁତା ଲାଗି ରହିଛି । Body:ଇଟାମାଟି ଥାନା, ଖଇରପଟି ଗାଁ ରେ ସରପଞ୍ଚ ଓ ସମିଟିସଭ୍ୟ ମଧ୍ୟରେ ଗୋଷ୍ଠୀ କନ୍ଦଳ ସବୁବେଳେ ଲାଗି ରହିଥିଲା । ଶେଷରେ ସରପଞ୍ଚ ଙ୍କ ଗୋଷ୍ଠି ଦିନବେଳେ, ଗୋଡେଇ ଗୋଡେଇ ଖଣ୍ଡା ରେ ହାଣି ମାରିବା ସହ, ଆଖିତଡି ବାହାର କରିଦେଇଥିଲେ । ନୟାଗଡ଼ ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସହ, ପାଞ୍ଚ ଜଣକୁ ଗିରଫ କରି କୋଟ ଚାଲାଣ କରିଥିଲା । ଆଜି ପର୍ଯ୍ୟନ୍ତ ସେମାନେ ଜେଲ ରେ ଅଛନ୍ତି । ଏହାପରେ, ସମିତିସଭ୍ୟ ଗୋଷ୍ଠି ଗାଁରେ ଏକ ପ୍ରକାର ଗୁଣ୍ଡାରାଜ୍ ଚଲେଇ ଆସୁଛନ୍ତି । ଗାଁରେ ଥିବା ଚାଷ ଜମି ରେ କାହାକୁ ଚାଷ କରିବାକୁ ଛାଡୁନାହାନ୍ତି । ଏହି ଘଟଣା ରେ ତହସିଲଦାର, ପୋଲିସ, ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ହୋଇନଥିଲା । ତିନିବର୍ଷ ହେବ ଲୋକଙ୍କର ଚାଷ ଜମି ପଡିଆ ପଡିଛି । ଆଜି ଏହାକୁ ବିରୋଧ କରି, ଗ୍ରାମ ବାସୀ ମନେ କେସ୍ତପଡା ଛକ ଉପରେ ଟାୟାର ଜାଳି ଧାରଣା ରେ ବସିଥିଲେ । Conclusion:ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଏକ ପ୍ରକାର ବୁଝା ସୁଝା କରି ରାସ୍ତା ରୋକରୁ ହଟେଇଥିଲା । ତେବେ ଏହାପରେ ଯଦି ଜିଲ୍ଲାପ୍ରସାନ ଏହାର କୌଣସି ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ଜୋରଦାର ଜେବ ବୋଲି ଗ୍ରାମବାସୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.