ETV Bharat / state

ଅନନ୍ତ ଗୁମ୍ଫା ପର୍ଯ୍ୟଟନସ୍ଥଳୀରେ ମୃତ୍ୟୁକୁ ଡାକୁଛି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ! - ନୟାଗଡ ଅନନ୍ତ ଗୁମ୍ଫା ପର୍ଯ୍ୟଟନସ୍ଥଳୀ

ନୟାଗଡ ପର୍ଯ୍ୟଟନସ୍ଥଳୀ କୋଟଗଡ଼ ଅନନ୍ତ ଗୁମ୍ଫା ନିକଟରେ ଚିନ୍ତା ବଢାଉଛି ଖୋଲା ଟ୍ରାନ୍ସଫର୍ମର । ଅଧିକ ପଢନ୍ତୁ...

ଅନନ୍ତ ଗୁମ୍ଫା ପର୍ଯ୍ୟଟନସ୍ଥଳୀରେ ମୃତ୍ୟୁକୁ ଡାକୁଛି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର !
ଅନନ୍ତ ଗୁମ୍ଫା ପର୍ଯ୍ୟଟନସ୍ଥଳୀରେ ମୁକୁଳା ପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମ: ସୁରକ୍ଷା ପାଇଁ ଦାବି
author img

By

Published : Dec 31, 2020, 1:44 PM IST

Updated : Dec 31, 2020, 2:22 PM IST

ନୟାଗଡ଼: ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଟଗଡ଼ ଅନନ୍ତ ଗୁମ୍ଫା ନିକଟରେ ଚିନ୍ତାର କାରଣ ସାଜିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ପଫର୍ମର । ପ୍ରତ୍ୟେହ ଏଠାକୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁ ଥିବାବେଳେ ଟ୍ରାନ୍ସଫର୍ମର ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢାଇଛି l

ଅନନ୍ତ ଗୁମ୍ଫା ପର୍ଯ୍ୟଟନସ୍ଥଳୀରେ ମୃତ୍ୟୁକୁ ଡାକୁଛି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର !

ନୟାଗଡ ଜିଲ୍ଲା ରଣପୁର ରାଜସୁନାଖଳା ନିକଟସ୍ଥ କୋଟଗଡ ଗୁମ୍ଫା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର । ଏଠାକୁ ପ୍ରତ୍ୟହ ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ଅଥଚ ଏହି ପୀଠରେ ଥିବା ଏକ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମକୁ ନେଇ ପର୍ଯ୍ୟଟକଙ୍କ ଚିନ୍ତା ବଢୁଛି l ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଲାଇନ ସଂଯୋଗ କରାଯାଇଛି l ହେଲେ ଟ୍ରାନ୍ସଫର୍ମରଟି ମୁକୁଳା ପଡ଼ିଥିବାରୁ ଦୁର୍ଘଟଣାର ଆଶଙ୍କା ସୃଷ୍ଟିକରିଛି l

ଟ୍ରାନ୍ସଫର୍ମର ତଳେ ଅନେକ ପର୍ଯ୍ୟଟକ ବସୁଥିବା ଦେଖିବାକୁ ମିଳୁଛି l ତେଣୁ ଦୁର୍ଘଟଣାର ଆଶଙ୍କା କରାଯାଉଛି l କେବଳ ଟ୍ରାନ୍ସଫର୍ମ ମୁକୁଳା ପଡ଼ିନାହିଁ, ଏଥିରେ ସଂଯୋଗ କରାଯାଇଥିବା ଅନେକ ତାର ମଧ୍ୟ ଖୋଲା ରହିଛି l ବୋର୍ଡର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ହୁକ ପକାଇ ଲାଇନ ନେଉଛନ୍ତି l ଟ୍ରାନ୍ସଫର୍ମର ତଳେ ଲୋକେ ଯିବା ଆସିବା କରୁ ଥିବାବେଳେ ଅତି ନିକଟରେ ମଧ୍ୟ ଭୋଜି କରୁଛନ୍ତି ପର୍ଯ୍ୟଟକ l ସାମାନ୍ୟ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ଚିନ୍ତା ବଢାଇଛି l ତେବେ ଏହି ଟ୍ରାନ୍ସଫର୍ମର ଚାରିପଟେ ତାର ବାଡ଼ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 31, 2020, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.