ETV Bharat / state

ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ, ଶିଖର ସମ୍ମିଳନୀରେ ହାସଲ କଲେ ପ୍ରଥମ ସ୍ଥାନ - ଶିଖର ସମ୍ମିଳନୀରେ ଚମକିଲେ ନୟାଗଡ ପୁଅ ଜ୍ୟୋତି ରଞ୍ଜନ ବେହେରା

ଆମେରିକାରେ ଚମକ ଦେଖାଇଛନ୍ତି ନୟାଗଡର ଓଡିଆ ପୁଅ ଜ୍ୟୋତି ରଞ୍ଜନ ବେହେରା । ବିଶ୍ବର ବିଜ୍ଞାନ ଛାତ୍ର ଗବେଷକଙ୍କୁ ପଛରେ ପକାଇ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢନ୍ତୁ

ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ
ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ
author img

By

Published : Jul 20, 2022, 3:02 PM IST

ନୟାଗଡ଼ : ଆମେରିକାରେ ଚମକ ଦେଖାଇଛନ୍ତି ଓଡ଼ିଆ ପୁଅ l ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ଜରିପାଟଣା ଗାଁର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଞ୍ଜନ ବେହେରା(୨୬)। ଜ୍ୟୋତି ରଞ୍ଜନ ବର୍ତ୍ତମାନ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚଡି ଅଧ୍ୟୟନ କରୁଛନ୍ତି ।

ଆମେରିକାରେ ଚମକ ଦେଖାଇଲେ ଓଡ଼ିଆ ପୁଅ

ସୂଚନା ଅନୁସାରେ, ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ । ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ସେନେଇ ସମାଧାନର ବାଟ ୪୮ ଘଣ୍ଟା ମଧ୍ୟରେ ଖୋଜିବା ପାଇଁ କୁହାଯାଇଥିଲା ।

ଯେଉଁଥିରେ ଜ୍ୟୋତି ରଂଜନ ନୂତନ ଏକ ପ୍ରତିକାର ବ୍ୟବସ୍ଥା ଖୋଜିଥିଲେ । ଗଛରୁ ଖାଦ୍ୟ ଉତ୍ପାଦନ ପ୍ରସ୍ତୁତି ବଦଳରେ କିଭଳି ଅଲଗା ଉପାୟରେ ଉତ୍ପାଦନ କରିହେବ ସେନେଇ ଏକ ସମାଧାନର ବାଟ ବାହାର କରିଥିଲେ । ଗୋଟିଏ ଜୀବକୋଷରୁ ଏକ ଚକୋଲେଟ ଉତ୍ପାଦନ ହେବ । ଯାହାଦ୍ବାରା ଜଳ ଓ ଅଙ୍ଗାରକାମ୍ଳ ବାୟୁର ଅପଚୟକୁ ରୋକାଯିବା ସହ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହେବ ବୋଲି ତାର ବିସ୍ତୃତ ପ୍ରଣାଳୀ ବାହାର କରିଛନ୍ତି । ଫଳରେ ଏହି ପ୍ରଣାଳୀ ବିଶ୍ବ ଜଳବାୟୁ ଉପରେ ପ୍ରଭାବ ପକାଇ ପାରିବ । ବିଶ୍ବର ବୈଜ୍ଞାନିକଙ୍କୁ ପଛରେ ପକାଇ କମିଟି ଦ୍ବାରା ଏହି ପ୍ରଣାଳୀ ବେଶ ଆଦୃତି ଲାଭ କରିଥିବା ବେଳେ ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଏଥିପାଇଁ ତାଙ୍କୁ ଏକ ମାନପତ୍ର ସହ ୧ ହଜାର ଡଲାର ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି । ଏବେ ଏହି ପ୍ରଣାଳୀକୁ ଆପଣାଇବା ପାଇଁ ବଡ ବଡ କମ୍ପାନୀଙ୍କ ସୁଅ ଛୁଟିଥିବା ପ୍ରକାଶ କରିଛନ୍ତି ଜ୍ୟୋତି ରଞ୍ଜନ । ସୂଚନାଥାଉକି ଜ୍ୟୋତି ରଞ୍ଜନ ହେଉଛନ୍ତି ୨୦୧୦ ବ୍ୟାଚର ଦଶପଲ୍ଲା ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.