ETV Bharat / state

କିଡ଼ନୀ ରୋଗରେ ଆକ୍ରାନ୍ତ ନର୍ସ ଶୁଭଶ୍ରୀ: ଚିକିତ୍ସା ପାଇଁ ଆବଶ୍ୟକ ୧୫ ଲକ୍ଷ - nayagargh district news

ଦିନେ ନର୍ସ ହୋଇ ରୋଗୀ ସେବା କରୁଥିଲେ, କିନ୍ତୁ ଆଜି ନିଜେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ରୋଗଶଯ୍ୟାରେ । ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ସହାୟତା ପାଇଁ କଲେ ଆକୁଳ ନିବେଦନ । ଅଧିକ ପଢନ୍ତୁ...

ରୋଗୀଙ୍କ ସେବା କରୁଥିବା ନର୍ସ ସାଜିଲେ କିଡ଼ନୀ ରୋଗୀ : ସହାୟତା ପାଇଁ ଆକୁଳ ନିବେଦନ

author img

By

Published : Aug 11, 2021, 9:05 PM IST

ନୟାଗଡ଼: ଦିନେ ନର୍ସ ହୋଇ ରୋଗୀ ସେବା କରୁଥିଲେ, କିନ୍ତୁ ଆଜି ନିଜେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ରୋଗଶଯ୍ୟାରେ। ଚିକିତ୍ସା ପାଇଁ ଦରକାର ପଡୁଛି ପ୍ରାୟ 15 ଲକ୍ଷ ଟଙ୍କା l ଭଲ ହୋଇଗଲେ ପୂର୍ବ ପରି ପୁଣି ମାନବ ସେବା କରିବେ ଵୋଲି ଆଶା ବାନ୍ଧିଛନ୍ତି l ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗାଁର ଶୁଭଶ୍ରୀ ସ୍ବାଇଁଙ୍କର ।

ରୋଗୀଙ୍କ ସେବା କରୁଥିବା ନର୍ସ ସାଜିଲେ କିଡ଼ନୀ ରୋଗୀ : ସହାୟତା ପାଇଁ ଆକୁଳ ନିବେଦନ

ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗାଁରେ ସର୍ବେଶ୍ବର ସ୍ବାଇଁଙ୍କ ଝିଅ ଶୁଭଶ୍ରୀ ସ୍ବାଇଁ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କୁ ସେବା ଦେଇ ଆସୁଥିଲେ l ହେଲେ ହଠାତ ଅସୁସ୍ଥ ହୋଇପଡ଼ିଲେ l ପରେ ଗତ ଜାନୁଆରୀ 29 ତାରିଖରେ ଭୁବନେଶ୍ବର Aiims ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଶୁଭଶ୍ରୀଙ୍କୁ l ପରୀକ୍ଷା ପରେ ତାଙ୍କର ୨ଟି କିଡନୀ ଖରାପ ଥିବା ଜଣାପଡ଼ିଥିଲା l ଖୁବ ଶୀଘ୍ର ଗୋଟିଏ କିଡନୀ ପ୍ରତିରୋପଣ ନ କଲେ ଜୀବନପ୍ରତି ବିପଦ ଥିବା କହିଥିଲେ ଡାକ୍ତର । କିଡ଼ନୀ ପ୍ରତିରୋପଣ ପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାରର ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ l

ସେପଟେ ଶୁଭଶ୍ରୀଙ୍କର ଆଉ ଦୁଇ ଭଉଣୀ ମଧ୍ୟ ଅଛନ୍ତି l ବାପା ସର୍ବେଶ୍ବର ଜୀବନରେ ଅର୍ଜିତ ସମସ୍ତ ପୁଞ୍ଜି ଶୁଭଶ୍ରୀଙ୍କ ପାଇଁ ଖର୍ଚ୍ଚ କରିସାରିଲେଣି l ତାଙ୍କ ପାଇଁ ମାସିକ 15 ହଜାର ଟଙ୍କାର ମେଡ଼ିସିନ ଦରକାର ପଡୁଛି । ଧାର କରଜ କରି ଔଷଧ କିଣି ନୟାନ୍ତ ହେଲେଣି ଶୁଭଶ୍ରୀଙ୍କ ବାପା । ସେପଟେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ ହେବା ଆବଶ୍ୟକ । ତେବେ ଏତେ ଟଙ୍କା ଆସିବ କେଉଁଆଡୁ, ସେଇ ଚିନ୍ତାରେ ଏବେ ପୁରା ପରିବାର l ସେପଟେ ଶୁଭଶ୍ରୀଙ୍କ ମୁହଁ ମଧ୍ୟ ଫୁଲିବା ଆରମ୍ଭ ହେଲାଣି l ଯଥାସମ୍ଭବ ଟଙ୍କା ଯୋଗାଡ଼ ହୋଇପାରିଲେ ଶୁଭଶ୍ରୀଙ୍କ ଚିକିତ୍ସା ଆରମ୍ଭ ହେବ l ଏଥିପାଇଁ ସରକାରୀ ଏବଂ ବେସରକାରୀ ସୂତ୍ରରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.