ETV Bharat / state

‘ମୋ ପୁଅ ନିର୍ଦ୍ଦୋଷ, ତାକୁ ଫସାଇ ଦିଆଯାଇଛି’

author img

By

Published : Dec 21, 2020, 10:06 PM IST

ପରୀ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି SIT l ଅଭିଯୁକ୍ତଙ୍କ ଭଉଣୀ କହିଥିଲେ ତାଙ୍କ ଭାଇର କିଛି ଦୋଷ କରିନାହିଁ l ତାଙ୍କୁ ଜାଣି ଶୁଣି ଫସାଇ ଦିଆଯାଇଛି l ସେହିପରି ମା’ ମଧ୍ୟ କହିଛନ୍ତି ଯେ, ମୋ ପୁଅ ନିର୍ଦ୍ଦୋଷ । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲା: ମୋ ପୁଅକୁ ଫସେଇ ଦିଆଯାଇଛି, କହିଲେ ଅଭିଯୁକ୍ତଙ୍କ ମା’

ନୟାଗଡ: ମୋ ପୁଅର କିଛି ଦୋଷ ନାହିଁ । ଏହା କହି ବାହୁନି ବାହୁନି କାନ୍ଦିଲା ମା’ । ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ମା’ ଆଜି ଏଭଳି କୋହଭରା ପ୍ରତିକ୍ରିୟା ରଖିଛନ୍ତି । ତେବେ ପରୀ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି SIT l ପରୀ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି SIT l

ଗତ ଦୁଇଦିନ ତଳେ ଯଦୁପୁର ଗ୍ରାମର ଜଣେ ଯୁବକଙ୍କ ସମେତ ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇନେଥିଲା SIT ଟିମ l ମା’ ଓ ଭଉଣୀକୁ ଛାଡ଼ିଦେବା ବେଳେ ଯୁବକଙ୍କୁ ଅଟକ ରଖିଥିଲେ l ଆଜି ସକାଳ 10.30 ମିନିଟ ସମୟରେ SIT ର ଦୁଇଜଣ ଅଧିକାରୀ ଆସି ତାଙ୍କ ମା’ ଙ୍କ ସାଙ୍ଗରେ କଥା ହୋଇଥିଲେ l ପରେ ଦିନ 12.30 ମିନିଟ ସମୟରେ ଡାକ୍ତରୀ ପରୀକ୍ଷା ପାଇଁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l

ଡାକ୍ତରୀ ପରୀକ୍ଷା ପରେ ତାଙ୍କ ଘରକୁ ନେଇଥିଲେ l ସେଠାରେ ତାଙ୍କ ମା’ ଓ ଭଉଣୀଙ୍କୁ ଦେଖାଇ ଆଣିଥିଲେ l ସନ୍ଧ୍ୟାରେ ନୟାଗଡ଼ ପୋକ୍ସୋ କୋର୍ଟରେ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପହଞ୍ଚାଇଥିଲେ l ଅଭିଯୁକ୍ତଙ୍କ ଭଉଣୀ କହିଥିଲେ ତାଙ୍କ ଭାଇର କିଛି ଦୋଷ କରିନାହିଁ l ତାଙ୍କୁ ଜାଣି ଶୁଣି ଫସାଇ ଦିଆଯାଇଛି l

ସେହିପରି ମା’ ମଧ୍ୟ କହିଛନ୍ତି, ମୋ ପୁଅ ନିର୍ଦ୍ଦୋଷ l ଆମର କେହି ଲଢ଼ିବାକୁ ନଥିବାରୁ, ତାକୁ ଜାଣିଶୁଣି ଫସାଯାଇଛି l ଅନ୍ୟ ପକ୍ଷରେ ଅରୁଣ ବୋର୍ଥl କହିଛନ୍ତି ସମସ୍ତ ପ୍ରମାଣ ଅଛି ଯାହା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇ ଦେବେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.