ETV Bharat / state

ସାମ୍ଭାବ୍ୟ ୩ୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଲେ CDMO । ଅଧିକ ପଢନ୍ତୁ...

ସାମ୍ଭାବ୍ୟ ୩ୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ
ସାମ୍ଭାବ୍ୟ ୩ୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ
author img

By

Published : Sep 7, 2021, 7:50 PM IST

ନୟାଗଡ଼: ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ଜିଲ୍ଲାକୁ ସତର୍କ ରହିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର l ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନୟାଗଡ଼ CDMO ଶକ୍ତି ପ୍ରସାଦ ମିଶ୍ର କହିଛନ୍ତି ।

ସାମ୍ଭାବ୍ୟ ୩ୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ଗ୍ରହଣ କରାଯାଇଥିବା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ CDMO କହିଛନ୍ତି, କୌଣସି ଶିଶୁ କୋଭିଡରେ ଆକ୍ରାନ୍ତ ହେଲେ ଜିଲ୍ଲାରେ ଥିବା କୋଭିଡ଼ କେୟାର ହସ୍ପିଟାଲରେ ରଖାଯାଇ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଖଣ୍ଡପଡ଼ା, ଚାନ୍ଦପୁର, ଓଡଗାଁରେ କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି l ଏଥିରେ ଅକ୍ସିଜେନ ଏବଂ ICUର ସୁବିଧା ରହିଛି । ସେହିପରି ଜିଲ୍ଲାରେ ପ୍ରତ୍ୟେକ ଦିନ 2ରୁ 3 ହଜାର ଶିଶୁଙ୍କ କୋଭିଡ ପରୀକ୍ଷା କରାଯାଉଥିବାବେଳେ ଦୈନିକ ମାତ୍ର 6 ରୁ 8 ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତୃତୀୟ ଲହର ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ମୁଖ୍ୟ ଚିକିତ୍ସାଳୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା CDMO ସୂଚନା ଦେଇଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.