ETV Bharat / state

କଂଗ୍ରେସ ପକ୍ଷରୁ 4 ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ - ନୟାଗଡ ପଞ୍ଚାୟତ ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ 4 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ଏବଂ ବିଜେଡି ପ୍ରାର୍ଥୀ ଦାଖଲ କରିନଥିବା ବେଳେ ଆଜି ଏମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଅଧିକ ପଢନ୍ତୁ

nayagarh congress  candidate nomination
କଂଗ୍ରେସ ପକ୍ଷରୁ ଆଜି 4 ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ
author img

By

Published : Jan 21, 2022, 7:28 AM IST

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ 4 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ଏବଂ ବିଜେଡି ପ୍ରାର୍ଥୀ ଦାଖଲ କରିନଥିବା ବେଳେ ଆଜି ଏମାନେ ନାମାଙ୍କନ ପତ୍ର ଦାଖଲ କରିବେ ।

କଂଗ୍ରେସ ପକ୍ଷରୁ ଆଜି 4 ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ

ରଣପୁର ବ୍ଲକର ଜୋନ ନମ୍ବର ୨୧ ପାଇଁ ସରୋଜିନୀ ପରିଡା, ୨୨ ପାଇଁ ପ୍ରସନ୍ନ କୁମାର ସୁବୁଦ୍ଧି, ୨୪ ପାଇଁ ଆରତୀ ଜେନା ଜିଲ୍କା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଖଣ୍ଡପଡା ବ୍ଲକର ୭ ନମ୍ବର ଜୋନରୁ କଂଗ୍ରେସ ପ୍ରାର୍ଥୀ ରଶ୍ମିତା ପ୍ରଧାନ ତାଙ୍କର ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ଜିଲ୍ଲାରେ ୧୭ ଜଣ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି l

ଅନ୍ୟପଟେ ରଣପୁର ବ୍ଲକର ୨୩ ନମ୍ବର ଗୋପାଳପୁର ଜିଲ୍ଲା ପରିଷଦ ଜୋନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିରୁପମା କର ଓ ବାସନ୍ତୀ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତେବେ ଦଳର ପ୍ରାର୍ଥୀତ୍ବ ସମ୍ପର୍କରେ ଆଜି ସ୍ପଷ୍ଟ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ନାମାଙ୍କନ ପତ୍ର ଦାଖଲ ବେଳେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ପିସିସି ସମ୍ପାଦକ ହୁସେନ ଖାଁ ରଣପୁର କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା, ରଣପୁର ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.