ETV Bharat / state

ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ: କଟକଣା କଡ଼ାକଡ଼ି କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Apr 22, 2021, 5:40 PM IST

ନୟାଗଡ଼ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ । କରୋନା ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାକୁ ଫେରିବାକୁ ଥିବା ପ୍ରବାସୀଙ୍କ ବିଷୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ: କଟକଣା କଡ଼ାକଡ଼ି କରିବାକୁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥି ପାଇଁ କଟକଣା କଡ଼ାକଡ଼ି କରିବାକୁ ନୟାଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜୁମ୍ ଜରିଆରେ କରୋନା ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ନୟାଗଡ଼ ଜିଲ୍ଲାର ୪ଟି ବ୍ଲକ ନୟାଗଡ଼, ନୂଆଗାଁ, ଓଡ଼ଗାଁ ଓ ରଣପୁରର ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି । ଆଗାମୀ ଦିନରେ ଜିଲ୍ଲାକୁ ଫେରିବାକୁ ଥିବା ପ୍ରବାସୀଙ୍କ ରହିବା ପାଇଁ ବ୍ୟବସ୍ଥା ଏବଂ ଟିଏମସିକୁ କାର୍ଯ୍ୟକ୍ଷମ କରିବା ବିଷୟରେ ଆଲୋଚନା ହୋଇଛି । ତେବେ କିଭଳି ସେମାନଙ୍କର କରୋନା ପରୀକ୍ଷା କରାଯିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନ କରାଯାଇଛି ।

ଜିଲ୍ଲାରେ କରୋନା ଦ୍ରୁତ ସଂକ୍ରମଣ ହେଉଥିବାରୁ ଏହି ସ୍ଥିତିକୁ ମୁକାବିଲା କରିବା ପାଇଁ ବ୍ଲକ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତା ଅବଲମ୍ବନ ଏବଂ ମାସ୍କ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି । ଏଥିସହିତ ଜନଗହଳି ଏଡ଼ାଇବା ପାଇଁ କଟକଣାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.