ETV Bharat / state

ସର୍ବାଧିକ ଭୋଟ ସହ ନୋଟାରେ ଆଗୁଆ ନୟାଗଡ଼ ଜିଲ୍ଲା - NOTA vote

ଚଳିତ ନିର୍ବାଚନରେ ଓଡିଶାର ନୟାଗଡ଼ ଜିଲ୍ଲା ସର୍ବାଧିକ ଭୋଟ ପାଇଥିବା ବେଳେ, ନୋଟାରେ ମଧ୍ୟ ପଛରେ ପଡ଼ିନାହିଁ । ତେବେ କାହିଁକି ଏତେ ସଂଖ୍ୟାରେ ଭୋଟ ନୋଟାରେ ଗଲା, ତାହା ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚା ଧରିଛି ।

ଫାଇଲ ଫଟୋ
author img

By

Published : May 25, 2019, 5:10 PM IST

ନୟାଗଡ଼: 2019 ସାଧାରଣ ନିର୍ବାଚନରେ ଓଡିଶାର ନୟାଗଡ଼ ଜିଲ୍ଲା ସର୍ବାଧିକ ଭୋଟ ପାଇଥିବା ବେଳେ, ନୋଟାରେ ମଧ୍ୟ ଆଗରେ ରହିଛି । ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଜିତିଥିବା ବେଳେ ନୋଟାରେ ଆଗରେ ରହିଛି ଦଶପଲ୍ଲା ନିର୍ବାଚନମଣ୍ଡଳୀ ।

ଏପରିକି କୌଣସି ଦଳର ପ୍ରାର୍ଥୀଙ୍କ ଅପେକ୍ଷା ନୋଟାରେ ଅଧିକ ଭୋଟ ଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାନସଭାରେ 913 ଖଣ୍ଡ ଭୋଟ ନୋଟାରେ ଯାଇଥିବା ବେଳେ, ପାର୍ଲିଆମେଣ୍ଟରେ 1086 ଖଣ୍ଡ ଭୋଟ ନୋଟାରେ ଯାଇଛି ।

ସେହିପରି ଖଣ୍ଡପଡା ବିଧାନସଭାରେ 1086 ଓ ପାର୍ଲିଆମେଣ୍ଟରେ 746, ଦଶପଲ୍ଲା ବିଧାନସଭାରେ 1191, ଓ ପାର୍ଲିଆମେଣ୍ଟରେ 1795 । ଏହାସହ ରଣପୁର ନିର୍ବାଚନ ମଣ୍ଡଳୀର 615 ଖଣ୍ଡ ଭୋଟ ବିଧାନସଭାକୁ ଯାଇଥିବା ବେଳେ, 1031 ଖଣ୍ଡ ଭୋଟ ପାର୍ଲିଆମେଣ୍ଟରେ ନୋଟାରେ ଯାଇଛି । ସର୍ବମୋଟ 8395 ଖଣ୍ଡ ଭୋଟ ନୋଟାରେ ପଡିଛି।

ତେବେ କାହିଁକି ଏତେ ସଂଖ୍ୟାରେ ଭୋଟ ନୋଟାରେ ଗଲା, ତାହା ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚା ଧରିଛି । ଭୋଟରମାନେ ତାଙ୍କ ମନ ପସନ୍ଦର ପ୍ରାର୍ଥୀ ପାଇଲେ ନାହିଁ କିମ୍ବା ଭୋଟ ଦେବା ଜାଣିନଥିବା କାରଣ ମଧ୍ୟ ହୋଇଥାଇପାରେ। ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏପରି ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.