ETV Bharat / state

ମହାବିଦ୍ୟାଳୟର ହେବ ବିକାଶ, ଶୈକ୍ଷିକ ଭଵନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

author img

By

Published : Jan 30, 2021, 9:42 PM IST

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହେବ ବିକାଶ । ଶୈକ୍ଷିକ ଭଵନର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

Minister arun sahoo laid the foundation stone of the development, education building of Nayagarh Autonomous College
ମହାବିଦ୍ୟାଳୟର ହେବ ବିକାଶ, ଶୈକ୍ଷିକ ଭଵନର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ନୟାଗଡ଼: ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟର ଶୈକ୍ଷିକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ l ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଓ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ସଭା l

୩୨ ହଜାର ସ୍କୋୟାର ଫୁଟ୍ ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି କୋଠା ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛି l ରଣପୁର ବିଧାୟକ ଛାତ୍ରଛାତ୍ରୀମାନେ ପଠାପଢ଼ାକୁ ଗୁରୁତ୍ବ ଦେବାକୁ ଉପଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ବ୍ୟତିତ ଅନ୍ୟାନ୍ୟ ବହି ଏବଂ ଖବରକାଗଜ ପାଠ କରିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସେହିଭଳି ଭାବେ କୋଠାନିର୍ମାଣ ସହ ସ୍ମାର୍ଟ କ୍ଲାସ ରୁମ୍ ତିଆରି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.