ନୟାଗଡ଼: ଦୁଇଟି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ । 2008 ମସିହା ଫେବୃଆରୀ 15 ତାରିଖରେ ନୟାଗଡ଼ରେ ମାଓ ଆକ୍ରମଣ ହୋଇଥିଲା । ଏହି ଘଟଣାର ସବ୍ୟସାଚୀ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ରହିଥିଲା ।
ତେବେ ପ୍ରମାଣ ଅଭାବରୁ ଉଭୟ ନିର୍ଦ୍ଦୋଷରେ ଖଲାସ ହେଲେ ୨ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ l ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହ ପୋଡ଼ି ମାମଲାରେ ସାକ୍ଷୀ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ।
ମୋଟ ୯ଟି ମାମଲାରେ ଅଭିଯୁକ୍ତ ଥିଲେ ସବ୍ୟସାଚୀ ପଣ୍ଡା । ସେଥିମଧ୍ୟରୁ ଦୁଇଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି । ଆହୁରି ୭ ମାମାଲାରେ ଛନ୍ଦି ହୋଇ ରହିଛନ୍ତି ମାଓ ଲିଡର ସବ୍ୟସାଚୀ ପଣ୍ଡା । ଆଜି ନୟାଗଡ଼ କୋର୍ଟରେ ହାଜର ହୋଇଥିଲେ ସବ୍ୟସାଚୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ