ETV Bharat / state

ଦୁଇବର୍ଷ ଧରି ପଥର ଖଣିକୁ ବିରୋଧ, ପୁଣି ପାହାଡ ଘେରିଲେ ସ୍ଥାନୀୟ ବାସିନ୍ଦା - ପାହାଡରେ ଚାଲିଛି ପଥର ଖଣି

ପାହାଡରେ ପଥର ଖଣି ଚାଲିବା ଫଳରେ ପଥର ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା । ନୟାଗଡ଼ ଦଶପଲ୍ଲା ତହସିଲ ଅନ୍ତର୍ଗତ ମଳିକ ପାହାଡକୁ ନେଇ ଗତ ୨ ବର୍ଷ ହେବ ଏହି ବିବାଦ ଲାଗି ରହିଥିବା ବେଳେ ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ଦାବି ପୂରଣ ନହେଲେ ତହସିଲ କାର୍ଯ୍ୟାଳୟ ଘେରିବା ପାଇଁ ଚେତାବନୀ । ଅଧିକ ପଢ଼ନ୍ତୁ

ଦୁଇବର୍ଷ ଧରି ପଥର ଖଣିକୁ ବିରୋଧ, ପୁଣି ପାହାଡ ଘେରିଲେ ସ୍ଥାନୀୟ ବାସିନ୍ଦା

author img

By

Published : Oct 16, 2022, 11:20 AM IST

ନୟାଗଡ଼: ପାହାଡରେ ଚାଲିଛି ପଥର ଖଣି । ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ଆଖପାଖ ଗ୍ରାମବାସୀଙ୍କ ଜୀବନ ଜୀବିକା । ଗତ ୨ ବର୍ଷ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ତେବେ ଦାବି ପୂରଣ ନହେଲେ ତହସିଲ କାର୍ଯ୍ୟାଳୟ ଘେରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଚେତାବନୀ ଦିଆଯାଇଛି ।

ଦୁଇବର୍ଷ ଧରି ପଥର ଖଣିକୁ ବିରୋଧ, ପୁଣି ପାହାଡ ଘେରିଲେ ସ୍ଥାନୀୟ ବାସିନ୍ଦା

ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ପୋଇବାଡି ଗ୍ରାମ ପାଖରେ ଥିବା ମଳିକ ପାହାଡକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗୋଟିଏ ପାର୍ଶ୍ବରେ ପାହାଡକୁ ପଙ୍କାଳସାହି, ପୋଇବାଡି ଏବଂ ନୂଆସାହି ଗ୍ରାମ ରହିଥିବା ବେଳେ, ଗ୍ରାମ ମଧ୍ୟରେ ମନ୍ଦିର, ବିଦ୍ୟାଳୟ, ପୁଷ୍କରଣୀ ଏବଂ ଶହଶହ ଏକର ଚାଷ ଜମି ରହିଛି । ପାହାଡରେ ଖଣି ଚାଲିବା ଦ୍ବାରା ଠିକାସଂସ୍ଥା ପକ୍ଷରୁ ବଡ଼ବଡ ରିଙ୍ଗ୍ ହୋଲ କରାଯାଇ ଭୟଙ୍କର ଭାବେ ବିସ୍ଫୋରଣ କରାଯାଉଛି । ଫଳରେ ଗ୍ରାମର ଘର ଓ ମନ୍ଦିରରେ ଫାଟ ସୃଷ୍ଟି ହେବାସହ ଗର୍ଭବତୀ ମହିଳା ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି ।

ଖାଲି ସେତିକି ନୁହେଁ ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ହେଉଛି ଯେ ବିସ୍ଫୋରଣର କିଛି ସମୟ ପର୍ଯ୍ୟନ୍ତ ଘରଦ୍ବାର କମ୍ପି ଉଠିବା ସହ ଭୂମିକମ୍ପର ଭ୍ରମ ସୃଷ୍ଟି ହେଉଛି । ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଚାଷଜମିରେ ପଥରଖଣ୍ଡ ପଡି, ଚାଷଜମି ଚାଷପାଇଁ ଅନୁପଯୁକ୍ତ ହୋଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ନକରନ୍ତି ତେବେ ସଂଲଗ୍ନ ଗ୍ରାମବାସୀମାନେ ଦଶପଲ୍ଲା ତହସିଲ ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.