ETV Bharat / state

ଅନାସ୍ଥା ପ୍ରସ୍ଥାବ ଘଟଣା ପଛରେ ଅରୁଣ ସାହୁଙ୍କ ହାତ; ସୌମ୍ୟରଞ୍ଜନ

ଅନସ୍ଥା ପ୍ରସ୍ତାବ ନୋଟିସ ଆସିବା ପରେ ବର୍ଷିଲେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ଅନାସ୍ଥା ପ୍ରସ୍ତାବ ଆସିବା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି ସୌମ୍ୟ । ଏହା ସହ ସମସ୍ତ ୱାର୍ଡ ସଭ୍ୟଙ୍କୁ ତାଳଚେରର ଗୃହବନ୍ଦୀ ରଖାଯାଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 2, 2021, 10:15 AM IST

Updated : Apr 2, 2021, 2:07 PM IST

ଅନସ୍ଥା ପ୍ରସ୍ଥାବ ଘଟଣା ପଛରେ ଅରୁଣ ସାହୁଙ୍କ ହାତ

ନୟାଗଡ: ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବି କରି ଲୋକଲୋଚନକୁ ଆସିଥିଲେ ସୌମ୍ୟ । ମନ୍ତ୍ରୀଙ୍କ ବିରୋଧରେ ବିଶୋଦଗାର କରିବାକୁ ଆଜି ତାଙ୍କୁ ବହୁମୁଲ୍ୟ ଦେବାକୁ ପଡିଛି ବୋଲି କୁହାଯାଉଛି । ସେପଟେ, ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ବର୍ଷିଛନ୍ତି ସୌମ୍ୟରଞ୍ଜନ । ଏହା ପଛରେ ସେ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦୋଷ ଦେଇଛନ୍ତି । ପ୍ରଲୋଭନ ଦେଖାଇ ୱାର୍ଡ ସଭ୍ୟଙ୍କୁ ତାଳଚେରରେ ଗୃହବନ୍ଦୀ ରଖାଯାଇଥିବା ଅଭିଯୋଗ ଆଣିଛନ୍ତି ସେ ।

ଅନାସ୍ଥା ପ୍ରସ୍ଥାବ ଘଟଣା ପଛରେ ଅରୁଣ ସାହୁଙ୍କ ହାତ

ସେ କହିଛନ୍ତି, ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହେଉନାହିଁ । ସେନେଇ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଜବାବରେ ବିଡିଓ କହିଥିଲେ, ଆପଣଙ୍କ ନାଁରେ ବହୁ ଅଭିଯୋଗ ଆସିଥିବାରୁ ଅନାସ୍ଥା ପ୍ରସ୍ତାବ ଆସିବ । ଉପରୁ ଚାପ ପଡୁଥିବାରୁ ଆପଣ ପଞ୍ଚାୟତରେ କାମ କରିପାରିବେ ନାହିଁ । ଏହି ଚାପ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ପକାଉଥିଲେ ବୋଲି ସରପଞ୍ଚ କହିଛନ୍ତି ।

ଏପରିକି ଅରୁଣ ସାହୁଙ୍କ ବିନା ଆଦେଶ କିମ୍ବା ନିର୍ଦ୍ଦେଶରେ କୌଣସି ବିଲ ଆସେ ନାହିଁ । କୌଣସି ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକଙ୍କ ଅନୁମତି ଦରକାର । ଏହାର ପ୍ରମାଣ ରହିଛି । ଅରୁଣ ସାହୁଙ୍କ ଅନ୍ୟ ଜଣେ ସହଯୋଗୀ ଭାଟସାହି ପଞ୍ଚାୟତ । ବାବୁଲ ନାୟକ ଓ ଭାଟସାହିଙ୍କ ସହଯୋଗରେ ଗତ 26 ତାରିଖରେ ଏକ ବୈଠକ କରାଯାଇ ୱାର୍ଡ ସଭ୍ୟଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛନ୍ତି । ସେମାନଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ତାଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଅଣାଯାଇଛି । ୱାର୍ଡ ମେମ୍ବରଙ୍କୁ ଜଗି ରହିଛନ୍ତି ବାବୁଲି ନାୟକ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 2, 2021, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.