ନୟାଗଡ: ଅବ୍ୟବସ୍ଥାରେ ରଣପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର । ମାଳମାଳ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି ହେଲେ ନାହାନ୍ତି ପର୍ଯ୍ୟାପ୍ତ ଡାକ୍ତର । ରଣପୁର ବ୍ଲକ ହେଡକ୍ବାଟର ହୋଇଥିବାରୁ ଏଠାରେ ନିର୍ଭର କରନ୍ତି ହଜାର ହଜାର ରୋଗୀ । ହେଲେ ମାତ୍ର 3 ଡାକ୍ତରଙ୍କୁ ଚାଲିଛି ରୋଗୀ ସେବା । ତାହା ପୁଣି ପାଳିରେ ।
ସପ୍ତାହକୁ ପାଳି କରି ଆସନ୍ତି ଡାକ୍ତର । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳୁ ସଞ୍ଜ ଯାଏଁ ରୋଗୀଙ୍କ ଲାଇନ ଲାଗୁଥିବା ବେଳେ ଡାକ୍ତରଙ୍କ ଅଭାବ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ବିମୁଖ କରାଉଛି । ସ୍ବାସ୍ଥ୍ୟକେନ୍ଦ୍ରରେ 7ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର 3 ଡାକ୍ତରଙ୍କୁ ଏଠି ଚାଲେ ରୋଗୀ ସେବା । ଫଳରେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ନିରାମୟ କେନ୍ଦ୍ରରେ ଜଣେ ମାତ୍ର କର୍ମଚାରୀ ଥିବାରୁ ରାତିରେ ଖୋଲୁନି ନିରାମୟ କେନ୍ଦ୍ର l ଅନ୍ୟାନ୍ୟ ସୁବିଧା ଥିବା ବେଳେ ଡାକ୍ତରଙ୍କ ଘୋର ଅଭାବ ରୋଗୀଙ୍କୁ ନିରାଶ କରୁଛି l ସରକାରୀ ଡାକ୍ତରସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହୋଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ