ETV Bharat / state

ଯଦୁପୁର ନାବାଳିକା ହତ୍ୟା ମାମଲା: ଭାଇରାଲ ହେଲା ଆଉ ଏକ ଭିଡ଼ିଓ - Jadupur minor murder case

ଯଦୁପୁର ନାବାଳିକା ହତ୍ୟା ଘଟଣାରେ ନୂଆ ଭିଡିଓ ଭାଇରାଲ । ଏହାକୁ ନେଇ ଚାରିଆଡେ ହଇଚଇ । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପରିବାରକୁ ସମବେଦନା ଆଳରେ ତଥାକଥିତ ସମାଜସେବୀଙ୍କ ଉସୁକାଇବାର ଷଡଯନ୍ତ୍ର । ଫେସବୁକରେ ଲାଇଭ କରି ଏଭଳି ଭିଡ଼ିଓ ପୋଷ୍ଟ କରିବା ପଛର ରହସ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ...

ଯଦୁପୁର ନାବାଳିକା ହତ୍ୟା ମାମଲା : ଭାଇରାଲ ହେଲା ଆଉ ଏକ ଭିଡ଼ିଓ

author img

By

Published : Jan 9, 2021, 4:35 PM IST

ନୟାଗଡ଼ : ଯଦୁପୁର ନାବାଳିକା ହତ୍ୟା ଘଟଣାରେ ନୂଆ ଭିଡିଓ ଭାଇରାଲ । ଏହାକୁ ନେଇ ଚାରିଆଡେ ହଇଚଇ । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପରିବାରକୁ ସମବେଦନା ଆଳରେ ତଥାକଥିତ ସମାଜସେବୀଙ୍କ ଉସୁକାଇବାର ଷଡଯନ୍ତ୍ର । ଫେସବୁକରେ ଲାଇଭ କରି ଏଭଳି ଭିଡ଼ିଓ ପୋଷ୍ଟ କରିବା ପଛର ରହସ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଯଦୁପୁର ନାବାଳିକା ହତ୍ୟା ମାମଲା : ଭାଇରାଲ ହେଲା ଆଉ ଏକ ଭିଡ଼ିଓ

ଗତ ବୁଧବାର ନୟାଗଡ଼ର ତଥାକଥିତ ସମାଜସେବୀ ଜଣକ ଯଦୁପୁରର ମୃତ ନାବାଳିକା ଘରେ ବାପା ଅଶୋକ ସାହୁ ଓ ମାଆ ସୈଦାମିନୀଙ୍କୁ ବସାଇ ଫେସବୁକ୍ ଲାଇଭ୍ କରିବାକୁ ଯାଇଥିବା କୁହାଯାଉଛି l ସେମାନଙ୍କ ଅଜାଣତରେ ଲାଇଭ୍ ଓ ରେକଡିଂ ହୋଇଯାଇଥିବା କୁହାଯାଇଛି । ଏହି ସମାଜସେବୀ ଜଣକ ନାବାଳିକା ନ୍ୟାୟ ପାଇଁ ଲଢ଼େଇ କରିଆସୁଛନ୍ତି । ଏହି ଭାଇରାଲ ଭିଡ଼ିଓରେ ମୃତ ନାବାଳିକା ପାଇଁ ନ୍ୟାୟ ମାଗିବା ପଛର କାହାଣୀ ଆଲୋଚନା ହୋଇଛି ।

ଅବଶ୍ୟ, ୫ ମିନିଟ୍ ୫୮ ସେକେଣ୍ଡର ଏହି ଭିଡ଼ିଓଟି ହଇଚଇ ସୃଷ୍ଟି କଲା ପରେ ଫେସବୁକ୍ ପେଜରୁ ହଟାଇ ଦିଆଯାଇଛି । ଭିଡ଼ିଓରେ ଅଶୋକ, ସୌଦାମିନୀଙ୍କ ସହ ଜଣେ ତଥାକଥିତ ସମାଜସେବୀ ମନଖୋଲା କଥାବାର୍ତ୍ତା ହେଉଛନ୍ତି । “ଆମର ସରୋଜ ଉପରେ ପ୍ରଥମରୁ ଡାଉଟ୍ ଥିଲା । ତଦନ୍ତ ବେଳେ ଗାଁ ସାରା ଲୋକ ସାମ୍ପଲ୍ ଦେଇଥିଲେ । ସରୋଜ କାହିଁକି ରଙ୍ଗ ଦେଖାଇଲା ? ଅରୁଣ ବୋଥ୍ରାଙ୍କୁ ପିଟିବ ବୋଲି ଆଗୁଆ ଟିଭିରେ କାହିଁକି କହିଲା ?’’ ଆଦି ଏଭଳି ଅନେକ କଥା ହୋଇଛନ୍ତି l ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.