ETV Bharat / state

କାମରେ ଆସୁନି ବିଦ୍ୟୁତ ସବ ଷ୍ଟେସନ, ବଢୁଛି ଅସନ୍ତୋଷ - lack of elctricity in nayagarh

2018 ମସିହାରୁ ସରିଲାଣି ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ କାର୍ଯ୍ୟ । ହେଲେ ଦୁଇ ବର୍ଷ ବିତିବାକୁ ବସିଲାଣି କିନ୍ତୁ ଏଯାବତ ବିଦ୍ୟୁତ ସଂଯୋଗ କରାଯାଇନି l ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କାମରେ ଆସୁନି ବିଦ୍ୟୁତ ସବ ଷ୍ଟେସନ, ବଢୁଛି ଅସନ୍ତୋଷ

author img

By

Published : Oct 25, 2020, 11:43 AM IST

ନୟାଗଡ଼: ବିଦ୍ୟୁତ ପାଇଁ ଦହଗଞ୍ଜ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମବାସୀ । 2018 ମସିହାରୁ ସରିଲାଣି ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ କାର୍ଯ୍ୟ । ହେଲେ ଦୁଇ ବର୍ଷ ବିତିବାକୁ ବସିଲାଣି କିନ୍ତୁ ଏଯାବତ ବିଦ୍ୟୁତ ସଂଯୋଗ କରାଯାଇନି l ଠିକା କମ୍ପାନୀର ଖାମଖିଆଲ ମନୋଭାବ ଓ ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ହେତୁ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।

କାମରେ ଆସୁନି ବିଦ୍ୟୁତ ସବ ଷ୍ଟେସନ, ବଢୁଛି ଅସନ୍ତୋଷ

ଲୋକଙ୍କୁ ନିରନ୍ତର ଭାବେ ବିଦ୍ୟୁତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଠାରେ ଏକ ବିଦ୍ୟୁତ ସବ ଷ୍ଟେସନ ତିଆରି କରାଯାଇଥିଲା l ଗଣିଆ ବ୍ଲକର ଚାମୁଣ୍ଡିଆ, ନୂଆପଲି, ବଡ଼ଶିଲିଂଗା, ରାସଙ୍ଗ ଗ୍ରାମ ପଞ୍ଚାୟତକୁ ବିଦ୍ୟୁତ ଯୋଗାଇବା ଲକ୍ଷ୍ୟ ଥିଲା l ଏକ ଠିକା କମ୍ପାନୀ ସବ ଷ୍ଟେସନ ତିଆରି ପାଇଁ ଦାୟିତ୍ବ ନେଇଥିଲା । 2018 ମସିହାରୁ ଏହାର ନିର୍ମାଣ ସରିଛି l ମାତ୍ର ଏଯାବତ ଏହି ସବ ଷ୍ଟେସନରୁ ଗାଁମାନଙ୍କୁ ବିଦ୍ୟୁତ ସଂଯୋଗ କରାଯାଇନି l ସବ ଷ୍ଟେସନ କାମ ସରିବା ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା l ତ୍ରୁଟି ସୁଧାରିବା ପାଇଁ 2 ବର୍ଷ ବିତିଗଲାଣି ହେଲେ ତ୍ରୁଟି ସୁଧୁରା ଯାଇପାରୁନି l

ଠିକା କମ୍ପାନୀର ଅବହେଳା ଯୋଗୁଁ ଲୋକଙ୍କୁ ବିଦ୍ୟୁତ ସେବା ମିଳିପାରୁନି କି ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରୁନି l ଉଚ୍ଚପଦସ୍ତ ଅଧିକାରୀମାନେ ଏହା ଦେଖୁଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି l କିଛି ଦିନ ତଳେ ଏହି ବିଦ୍ୟୁତ ସବ ଷ୍ଟେସନଟି ଚାର୍ଜ ହୋଇଛି ହେଲେ ଗାଁ ମାନଙ୍କୁ ଏଥିରୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନାହିଁ l 2 ବର୍ଷ ଧରି ବନ୍ଦ ଥିବା ସବ ଷ୍ଟେସନକୁ ନିର୍ମାଣ କରୁଥିବା ଠିକା କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ତୁରନ୍ତ ଲୋକଙ୍କୁ ନିରନ୍ତର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.