ନୟାଗଡ: ଜିଲ୍ଲାରେ ବଢିବାରେ ଲାଗିଛି ଚୋରା ମଦ ବେପାର । ଯାହାର ବିକ୍ରି ଅଭିଯୋଗରେ ପୁଣି 2 ଜଣଙ୍କୁ ଗିରଫ କରିଛି ନୟାଗଡ ଇଟାମାଟି ପୋଲିସ । ସୂଚନା ମୁତାବକ, ଇଟାମାଟି ଥାନା ଅନ୍ତର୍ଗତ ନାଟୁଗାଁ ଗାଁର ବିଦ୍ୟାଧର ପ୍ରଧାନ ଏବଂ ଦାଶରଥି ପ୍ରଧାନ ଏକ ବାଇକ ଯୋଗେ ୨୪ଟି ବିୟର ବୋତଲ ଏବଂ ୩୩ଟି ବିଦେଶୀ ଚୋରା ମଦ ବୋତଲ ନେଇଯାଉଥିଲେ।
କୌଣସି ସୁତ୍ରରୁ ଖବରପାଇ ପୁଲିସ ସେମାନଙ୍କୁ ପିଛା କରି ଧରିଥିଲା। ଆଜି ଉଭୟଙ୍କୁ ଗିରଫ କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ