ETV Bharat / state

ଅମାନିଆ ସାବଧାନ, କଡ଼ାକଡ଼ି ହେବ ହେଲମେଟ ଚେକିଂ - nayagarh Helmet checking

ନୟାଗଡରେ ସରକାରଙ୍କ ନିର୍ଦ୍ଦେଶ ପରେ କୋରୋନା ପାଇଁ ବନ୍ଦ ରହିଥିବା ହେଲମେଟ ଚେକିଂ ପୁଣି କଡାକଡି ହେବ । ଅଧିକ ପଢନ୍ତୁ...

Helmet checking will be strict in nayagarh
ଅମାନିଆ ସାବଧାନ, କଡ଼ାକଡ଼ି ହେବ ହେଲମେଟ ଚେକିଂ
author img

By

Published : Nov 24, 2020, 10:29 PM IST

ନୟାଗଡ: ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶ ପରେ କୋରୋନା ପାଇଁ ବନ୍ଦ ରହିଥିବା ହେଲମେଟ ଚେକିଂ ପୁଣି କଡାକଡି ହେବ । ମୋଟର ଆଇନକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଚାଳକମାନେ ହେଲମେଟ ନ ପିନ୍ଧି ଗାଡି ଚାଳନା କଲେ ତୁରନ୍ତ ଚାଳକଙ୍କ ଲାଇସେନ୍ସକୁ 3 ମାସ ଯାଏଁ ବାତିଲ କରାଯିବ । ଏଥିପାଇଁ ଅମାନିଆ ଗାଡି ଚାଳକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାବଧାନ କରାଯାଇଛି ।

ଅମାନିଆ ସାବଧାନ, କଡ଼ାକଡ଼ି ହେବ ହେଲମେଟ ଚେକିଂ

ସମସ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ନିୟମ ମାନିବା ସହ ହେଲମେଟ ପିନ୍ଧି ଗାଡି ଚାଳନା କରିବା ପାଇଁ କୁହାଯାଇଛି । ଅମାନିଆ ହେଲେ ହଜାରେ ଟଙ୍କା ଜୋରିମାନା ଦଣ୍ଡ ଗଣିବା ସହ 3 ମାସ ପାଇଁ ଲାଇସେନ୍ସ ବାତିଲ ହେବ ବୋଲି ନୟାଗଡ ଉପଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ 2019 ମସିହାରେ ବିଭିନ୍ନ କାରଣରୁ 191 ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ସେହିଭଳି 2020 ଅକ୍ଟୋବର ମାସ ସୁଦ୍ଧା 74 ଜଣଙ୍କର ବିଭିନ୍ନ କାରଣ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ଜିଲ୍ଲାରେ ହେଲମେଟ ଚେକିଂକୁ କଡାକଡି କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାବ୍ୟତୀତ ନୋ ହେଲମେଟ ନୋ ପେଟ୍ରୋଲ ନିୟମକୁ ମଧ୍ୟ ଲାଗୁ କରିଯିବ ବୋଲି ସେ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.