ETV Bharat / state

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗ ଦେଲେ ହାଇକୋର୍ଟ ବିଚାରପତି

author img

By

Published : Jul 11, 2022, 12:56 PM IST

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ବିଚାରପତି ବିଦ୍ୟୁତ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗ ଦେଲେ ହାଇକୋର୍ଟ ଜଷ୍ଟିସ

ନୟାଗଡ଼: ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ବିଚାରପତି ବିଦ୍ୟୁତ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ହଜାର ହଜାର ପୁରାତନ ଛାତ୍ରଛାତ୍ରୀଙ୍କ ଗହଣରେ ଅତୀତର ସ୍ମୃତି ରୋମନ୍ଥନ କରିଥିଲେ ।

ଏହି ହୀରକ ଜୟନ୍ତୀ ସମାରୋହ ଦୀର୍ଘ ୩ ମାସ ଧରି ଚାଲୁ ରହିବ । ପୁରାତନ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଉନ୍ନତି ପାଇଁ ଚିନ୍ତା କରିଥିଲେ । ବହୁ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ବିତାଇଥିବା ଅତୀତକୁ ଖୋଜିଥିଲେ । ରାଜ୍ୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଭଳି ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇପାରିବ ସେଥିପାଇଁ ସମସ୍ତେ ଏକାଠି ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ପରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ଏହି ଉତ୍ସବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, କଲେଜ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.