ETV Bharat / state

ରଣପୁରରେ ରଥଯାତ୍ରା ପାଇଁ ଦାବି: ଆଇନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ଜଣାଇଲେ ବିଧାୟକ - 2nd shree kshetra

ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା ପାଳନ ନେଇ ସାଧାରଣ ଲୋକଙ୍କ ଦାବି । କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ । ଅଧିକ ପଢନ୍ତୁ...

ରଣପୁରରେ ରଥଯାତ୍ରା ପାଇଁ ଦାବି: ଆଇନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବୀ ଜଣାଇଲେ ବିଧାୟକ

author img

By

Published : Jun 16, 2021, 9:56 PM IST

ନୟାଗଡ଼: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ରଣପୁରରେ ରଥଯାତ୍ରା ପାଇଁ ଦାବି କଲା ଜଗନ୍ନାଥ ସେନା l କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ରଥଯାତ୍ରା କରିବା ପାଇଁ ଜଗନ୍ନାଥ ମନ୍ଦିର ସାମ୍ନାରେ ସେବାୟତ,ବୁଦ୍ଧିଜୀବୀଙ୍କ ସମେତ ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି l ଏ ନେଇ ରଣପୁର ବିଧାୟକ ଏବଂ ଜଗନ୍ନାଥ ସେନା ପ୍ରମୁଖ ମୁଖ୍ୟ ଶାସନ ସଚିବ, ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର ଜଣାଇଛନ୍ତି l ପୁରୀ ଶ୍ରୀମନ୍ଦିର ସହ ସାମଞ୍ଜସ୍ୟ ରଖୁଥିବା ରଣପୁରରେ ଶହ ଶହ ବର୍ଷ ଧରି ଆୟୋଜିତ ହୋଇ ଆସୁଥିଲା ରଥଯାତ୍ରା l

ରଣପୁରରେ ରଥଯାତ୍ରା ପାଇଁ ଦାବି: ଆଇନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବୀ ଜଣାଇଲେ ବିଧାୟକ

ଏପରିକି ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇନଥିଲା l କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଦାବି କରିଛନ୍ତି ଲୋକେ l ଏନେଇ ରଣପୁର ବିଧାୟକ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟିର ବୈଠକରେ ଏକ ପ୍ରସ୍ତାବ ପାରିତ ହେବା ସହ ବିଧାୟକ ସତ୍ୟନାରାୟଣ ପ୍ରଧାନ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖି ରଥଯାତ୍ରା କରିବାକୁ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.