ETV Bharat / state

କୋଭିଡରେ ପ୍ରଭାବିତ ଡ୍ରାଇଭର, ସମ୍ମୁଖଯୋଦ୍ଧା ମାନ୍ୟତା ସହ ସ୍ବତନ୍ତ୍ର ପ୍ୟାକେଜ ଦାବି

ନୟାଗଡ଼ରେ କୋଭିଡ ପ୍ରଭାବିତ ଡ୍ରାଉଭରଙ୍କ ଦାବି । ସମ୍ମୁଖ ଯୋଦ୍ଧା ମାନ୍ୟତା ସହ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମିଳୁ । ଅଧିକ ପଢନ୍ତୁ...

କୋଭିଡରେ ପ୍ରଭାବିତ ଡ୍ରାଇଭର, ସମ୍ମୁଖଯୋଦ୍ଧା ମାନତ୍ୟା ସହ ସ୍ବତନ୍ତ୍ର ପ୍ୟାକେଜ ଦାବି

author img

By

Published : Jul 8, 2021, 5:05 PM IST

Updated : Jul 8, 2021, 8:21 PM IST

ନୟାଗଡ଼: କୋଭିଡ ମହାମାରୀର ପ୍ରଭାବରେ ଜୀବନ,ଜୀବିକା ପ୍ରଭାବିତ ହୋଇଛି l ଏଥିରୁ ବାଦ ପଡିନାହାନ୍ତି ଘରୋଇ ଡ୍ରାଇଭର । ଯେଉଁମାନେ ଦିନେ ଗାଡି ଚଳାଇ ଲୋକଙ୍କୁ ସେବା ଯୋଗାଇ ଦୁ୍ଇ ପଇସା ଗୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ଏବେ ବେଉଷା ହରାଇ ବେରୋଜଗାର । ତେବେ ଏପରି ସମୟରେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ଡ୍ରାଇଭରମାନେ ।

କୋଭିଡରେ ପ୍ରଭାବିତ ଡ୍ରାଇଭର, ସମ୍ମୁଖଯୋଦ୍ଧା ମାନ୍ୟତା ସହ ସ୍ବତନ୍ତ୍ର ପ୍ୟାକେଜ ଦାବି

ଏବେ ଦ୍ବିତୀୟ ଲହରୀ ସମୟରେ ଗାଡିମୋଟର ବନ୍ଦ ଥିବାରୁ ଘରେ ବସି ରହୁଛନ୍ତି ଡ୍ରାଇଭରମାନେ । କିଛି ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ମହାମାରୀରେ କାମ କରୁଛନ୍ତି l କିଏ ଅଟୋ ଚଳନ୍ତି ତ ପୁଣି କିଏ ଭାରି ଯାନ ଚଳାନ୍ତି । ଦୈନିକ 2ଶହ ରୁ 3ଶହ ଟଙ୍କା ରୋଜଗାର କରନ୍ତି । ହେଲେ କୋରୋନାର ଦ୍ବିତୀୟ ଲହରୀ ପରଠୁ ଯେମିତି ଏମାନଙ୍କର ପେଟପଟଣାକୁ ଲାତ ମାରିଛି ମହାମାରୀ । 2ମାସ ହେବ ଗାଡ଼ି ଚଳାଚଳ ବନ୍ଦ ଥିବାରୁ, କିଏ ଗାଡି କିସ୍ତି ଦେବାରେ ଅସମର୍ଥ ତ ଆଉ କିଏ ଦିଓଳି ଦାନା ଯୋଗାଡ଼ କରିବା ଚିନ୍ତାରେ ।

ଗତବର୍ଷ ଏ ସମୟରେ ଲକଡ଼ାଉନରେ ସ୍ଥିତି ସାଙ୍ଘାତିକ ହୋଇଥିଲା । ଡ୍ରାଇଭରମାନଙ୍କର ଜୀବନ ବଞ୍ଚାଇବା ପାଇଁ କିଏ ଗାଁ ମୁହାଁ ହେଉଥିଲା ତ ଆଉ କିଏ ଜୀବିକା ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲ । ଏବେ ରୋଜଗାର ନ ଥିବାବେଳେ ଗାଡ଼ି କିସ୍ତି ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଡ୍ରାଇଭରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ସହ କରୋନା ଭଳି ମହାମାରୀରେ ଅନେକ ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଥିବାରୁ କୋରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି କରିଛି ଡ୍ରାଇଭର ମହାସଂଘ ।

ନୟାଗଡରୁ ଜୟେନ୍ଦ୍ର ବେହେରା , ଇଟିଭି ଭାରତ

Last Updated : Jul 8, 2021, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.