ETV Bharat / state

ଶାଗମାଛ ଦରରେ ବାଲିଘାଟ ନିଲାମ ! ଖଣ୍ଡପଡ଼ାରେ ତହସିଲଦାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ - ନୟାଗଡରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଖଣ୍ଡପଡା ବ୍ଲକ ସିଧାମୂଳା ବାଲିଘାଟ ନିଲାମରେ ଚଞ୍ଚକତା କରି ଖଣ୍ଡପଡ଼ା ତହସିଲଦାର ସରକାରଙ୍କ ରାଜସ୍ୱ ହାନି କରିଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ବିରୋଧରେ ଖଣ୍ଡପଡାରେ ଗର୍ଜିଲା କଂଗ୍ରେସ । ଅଧିକ ପଢନ୍ତୁ

ଖଣ୍ଡପଡ଼ାରେ ତହସିଲଦାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

author img

By

Published : Aug 7, 2022, 1:10 PM IST

ନୟାଗଡ଼: ଜିଲ୍ଲା ଖଣ୍ଡପଡାରେ ଗର୍ଜିଲା କଂଗ୍ରେସ । ଖଣ୍ଡପଡା ବ୍ଲକ ସିଧାମୂଳା ବାଲିଘାଟ ନିଲାମରେ ଚଞ୍ଚକତା କରି ତହସିଲଦାର ସରକାରଙ୍କ ରାଜସ୍ୱ ହାନି କରିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଖଣ୍ଡପଡ଼ାରେ ତହସିଲଦାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ଖବରଅନୁସାରେ, ଟେଣ୍ଡର ନିୟମର ଖୋଲାଖୋଲି ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଛି । ତହସିଲଦାର ପ୍ରାୟ 12 କୋଟି ଟଙ୍କାର ରାଜସ୍ୱ ହାନି କରିଥିବା ବ୍ୟାନର ମାରି ଅଭିଯୋଗ କରିଛି କଂଗ୍ରେସ । ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ତହସିଲଦାର ଭାବେ କାର୍ଯ୍ୟ କରିବାରୁ ସରକାରୀ ସମ୍ପତ୍ତିର ହରିଲୁଟ ହେବା ସହ ଟେଣ୍ଡର ଗାଇଡ଼ ଲାଇନକୁ ଉଲ୍ଲଘଂନ କରିଛନ୍ତି ତହସିଲଦାର l ତେଣୁ ନଷ୍ଟ ହୋଇଥିବା ରାଜସ୍ୱ ତହସିଲଦାରଙ୍କ ଠାରୁ ଭରଣା କରିବା ସହ ତାଙ୍କୁ ବହିଷ୍କାର ଦାବି କରିଛି କଂଗ୍ରେସ ।

ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ ଅଭିଯୋଗ କରି କହିଛନ୍ତି ଯେ, "ନିଲାମ ହୋଇଥିବା ସିଧାମୂଳା ବାଲିଘାଟକୁ ବାତିଲ କରାଯାଉ । ନଚେତ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିବ । ଦୁର୍ନୀତି ଗ୍ରସ୍ତ ତହସିଲଦାରଙ୍କୁ ବହିଷ୍କାର କରାଯାଉ ।"

ଖଣ୍ଡପଡ଼ା ବ୍ଲକ କଂଗ୍ରେସ ସଭାପତି ଦେବବ୍ରତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସତ୍ୟାଗ୍ରହ ପ୍ରତିବାଦ ସଭାରେ ପିସିସି ସମ୍ପାଦକ ହୁସେନ ଖାଁ, ବରିଷ୍ଠ ନେତା ସରୋଜ ପରିଡା, ବସନ୍ତ ମହାରଣା, ଆଇଏନଟିୟୁସି ଜିଲ୍ଲା ସଭାପତି ଆଲୋକ ପ୍ରଧାନ, ଯୁବ କଂଗ୍ରେସ ସଭାପତି ପ୍ରକାଶ ଖୁଣ୍ଟିଆ, ଛାତ୍ର କଂଗ୍ରେସ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.