ETV Bharat / state

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଏଡ ଛାତ୍ରସଂଘ - b.ed student strike on nayagarh collector house

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବେକାରୀ ସିଟି, ବିଏଡ ଛାତ୍ରସଂଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Nov 6, 2019, 9:44 PM IST

ନୟାଗଡ: ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବେକାରୀ ସିଟି, ବିଏଡ ଛାତ୍ରସଂଘ। ନିଯୁକ୍ତି ପ୍ରଦାନ କରିବା ଛାତ୍ରସଂଘ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲା।

ଦୀର୍ଘ ଚାରି ବର୍ଷ ହେବ ନୟାଗଡ଼ ଜିଲ୍ଲାରେ କୌଣସି ଶିକ୍ଷକ ପଦବୀ ପୂରଣ ହୋଇନାହିଁ। ଏପଟେ ପ୍ରତିବର୍ଷ ଶହ ଶହ ସିଟି, ବିଏଡ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବେକାର ବଲୁଛନ୍ତି । ବୁଧବାର ଶତାଧିକ ଛାତ୍ରଛାତ୍ରୀ ନୟାଗଡ଼ ମହିଳା କଲେଜ ପାଖରୁ ଏକ ରାଲି କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି, ବୟସ ସୀମାରେ କୋହଳ କରାଯାଇ 32 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ କରାଯାଉ, ଅନ୍ୟ ଜିଲ୍ଲାରେ ନିଯୁକ୍ତି ବାହାରିଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ବାହାରି ନାହିଁ। ଖାଲିଥିବା ପଦବୀ ଗୁଡିକ ପୂରଣ କରାଯାଉ ବୋଲି ଛାତ୍ର ସଂଘ ଦାବି କରିଛି।

ଯଦି ଏହାକୁ ସରକାର ନ ମାନନ୍ତି, ତେବେ ଆଗାମୀ ଦିନରେ ଭୁବନେଶ୍ବର ସମେତ ସାରା ଓଡ଼ିଶାର ଛାତ୍ରଛାତ୍ରୀ ଏକାଠି ହୋଇ ଧାରଣାରେ ସାମିଲ ହେବେ ବୋଲି ସଂଘ କହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ନିଯୁକ୍ତି ଦାବି କରି ବେକାରୀ ସିଟି,ବିଡି ଛାତ୍ର ସଙ୍ଘ ତରଫରୁ ନୟାଗଡରେ ରାଲି କରିଛନ୍ତି । ଦବୀରଖିଛନ୍ତି ତୁରନ୍ତ ସରକାର ଓଡ଼ିଶାରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରନ୍ତୁ ।

Body:ନୟାଗଡ଼ ଜିଲ୍ଲାରେ ଦୀର୍ଘ ଚାରି ବର୍ଷ ହେବ କୌଣସି ଶିକ୍ଷକ ପଦବୀ ପୂରଣ ହୋଇପାରିନାହିଁ । ଏପଟେ ପ୍ରତିବର୍ଷ ସହ ସହ ସିଟି,ବିଡି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ ହୋଇ ବେକାର ବସୁଛନ୍ତି । ଦବୀରଖିଛନ୍ତି, ତୁରନ୍ତ ଏହି ଖାଲି ପଦବୀ ଗୁଡିକୁ ପୁରାଣ କରନ୍ତୁ । ଆଜି ଶତାଧିକ ଛାତ୍ରଛାତ୍ରୀ ମାନେ ନୟାଗଡ଼ ମହିଳା କଲେଜ ପାଖରୁ ଏକ ରାଲି କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦେଇଛନ୍ତି ପ୍ରମୁଖ ଦାବି ଗୁଡିକ ମଧ୍ୟରେ, ବୟସ ସୀମାରେ କୋହଳ କରାଯାଇ 32 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ କରାଯାଉ, ଅନ୍ୟ ଜିଲ୍ଲାରେ ନିଯୁକ୍ତି ବାହାରିଥିଲେ ମଧ୍ୟ, ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ବାହାରି ନାହିଁ । ତେଣୁ ତୁରନ୍ତ ଖାଲିଥିବା ପଦବୀ ଗୁଡିକ ପୂରଣ କରାଯାଉ ।

Conclusion:ଯଦି ସଂଘର ଏହି ଦାବି ଗୁଡିକୁ ସରକାର ନ ମାନନ୍ତି, ତେବେ ଆଗାମୀ ଦିନ ରେ ଭୁବନେଶ୍ୱର ରେ ସାରା ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ଗଣ ଧାରଣା ରେ ସାମିଲ ହେବେ ବୋଲି କହିଛନ୍ତି ଓ ଆବଶ୍ୟକ ହେଲେ, ହିଂସାତ୍ମକ ପଦ୍ଧତି କୁ ଅବଲମ୍ବନ କରିବେ ବୋଲି କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.