ETV Bharat / state

ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ, 2 ଗିରଫ

author img

By

Published : Jun 7, 2021, 12:09 PM IST

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୋଲିସ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

2 ଗିରଫ
2 ଗିରଫ

ନୟାଗଡ: ଜିଲ୍ଲାରେ ପୁଣି ବ୍ରାଉନସୁଗାର କାରବାର ପଣ୍ଡ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୋଲିସ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ଲକ୍ଷାଧିକ ଟଙ୍କାରେ ବ୍ରାଉନସୁଗାର ଜବତ

ଗିରଫ ବ୍ୟକ୍ତି ଦୁଇଜଣ ହେଲେ ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗ୍ରାମର ମନମୋହନ ସାହୁ ଓ ଜଟଣୀ ଥାନା ଗଙ୍ଗପଡ଼ା ଗ୍ରାମର ଅଶୋକ କୁମାର ଦାସ । କଳାପଥର -ଫତେଗଡ଼ ରାସ୍ତା ମଣିପୁର ଛକଠାରେ ରବିବାର ଯାଞ୍ଚ ସମୟରେ ଏହି ଦୁଇ ଯୁବକଙ୍କଠାରୁ 8ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଜବତ ବ୍ରାଉନସୁଗାରର ମୂୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ପରେ ହେବ ବୋଲି ଅନୁମାନ କରାଯାଇଛି ।

ଆଜି(ସୋମବାର) ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବ୍ରାଉନସୁଗାର କାରବାର ବିରୋଧରେ ନୟାଗଡ଼ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କାରବାରରେ ଅନେକ ବେପାରୀଙ୍କୁ ଗରିଫ କରିଛି ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.